ଜଳେଶ୍ଵର ବିଧାୟକଙ୍କ ବାସଭବନ ଆଗରେ ଧାନ ବସ୍ତା ରଖି ଗଣ ଧାରଣା ଓ ପ୍ରତିବାଦ କଲା ଜଳେଶ୍ଵର ବିଜେପି…

ଜଳେଶ୍ଵର (ସମୃଦ୍ଧ ଓଡିଶା) ବିଜେପି ଜଳେଶ୍ୱର ତରଫରୁ କୃଷକଙ୍କ ସ୍ୱାର୍ଥ ପାଇଁ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଖୁଆର୍ଡସ୍ଥିତ ବାସଭବନ ସମ୍ମୁଖରେ ଧାନ ବସ୍ତା ସହ ଏକ ପ୍ରତିବାଦ ସଭା ଓ ଗଣଧାରଣା ଅନୁଷ୍ଠିତ ହୋଇ ଯାଇଛି । ଖରିଫ ଧାନର ୯୦ ପ୍ରତିଶତ ଅମଳ ପରେ ମଧ୍ୟ ରାଜ୍ୟସରକାର ମଣ୍ଡି ଖୋଲି ନାହାନ୍ତି । କେନ୍ଦ୍ରସରକାର ଧାନର ମୂଲ୍ୟ ୧୯୬୦ ଟଙ୍କା କରିଥିଲା ବେଳେ ମଣ୍ଡି ନ ଖୋଲିବାରୁ ଚାଷୀ ବାଧ୍ୟ ହୋଇ ୧୦୦୦ ଟଙ୍କାରୁ ୧୨୦୦ ଟଙ୍କାରେ ଧାନ ବିକିବା ପାଇଁ ବାଧ୍ୟ ହେଉଛନ୍ତି । ଏହି କାର୍ଯ୍ୟକ୍ରମରେ ନଗରସଭାପତି ଫାଲ୍ଗୁନୀ ପାଣିଗ୍ରାହୀ ସଭାପତିତ୍ବ କରୁଥିଲା ବେଳେ ଜିଲ୍ଲା ଉପ ସଭାନେତ୍ରୀ ସାବିତ୍ରୀ ଜେନା, ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ରାଇବଣିଆ ମଣ୍ଡଳର କାର୍ଯ୍ୟକାରୀ ସଭାପତି ତରୁଣ ପଟ୍ଟନାୟକ, ସ୍ଵପ୍ନେଶ୍ଵର ମଣ୍ଡଳର କାର୍ଯ୍ୟକାରୀ ସଭାପତି ତନ୍ମୟ ଚାନ୍ଦ, ପଶ୍ଚିମବାର୍ଡ ମଣ୍ଡଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମହାନ୍ତି, ବିଶ୍ଵରୂପ ଦାସ, ରାମକୃଷ୍ଣ ସାହୁ, ଖୁଆର୍ଡ ପଂଚାୟତ ସଭାପତି ପ୍ରବୀର ଦାସ, କମଲ ଲୋଚନ ପାଳ, ସୁଷମା ଜେନା, ସୁଧୀର ଓଝା, ଅଶ୍ରୁମୋଚନ ଘୋଷ, ତପନ ସାହୁ, ସୁଜୟ ଜେନା, ଅଭୟ କୁମାର ଜେନା, ତପନ ପାଣିଗ୍ରାହୀ, ଜଳଧର ସିଂ, କଣ୍ଢେଇ ସିଂ, ଧିରେନ ସିଂ, ନନୀଗୋପାଳ ପାତ୍ର ସହ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ରାଜ୍ୟ ସରକାରଙ୍କ ଏତାଦୃଶ୍ୟ ଚାଷୀ ମାରଣା ନୀତିକୁ ନିନ୍ଦା କରିଥିଲେ । ଜଳେଶ୍ୱର ତହସିଲଦାର ଧାରଣା ସ୍ଥଳୀରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ୭ ଦିନ ମଧ୍ୟରେ ସମସ୍ତ ୧୯ ଗୋଟି ସମବାୟ ସମିତିରେ ଧାନମଣ୍ଡି ଖୋଲିବାର ପ୍ରତିଶୃତି ଦେବାପରେ ଧାରଣା ସ୍ଥଗିତ ରଖାଯାଇଥିଲା । ଆଗାମୀ ୭ ଦିନ ମଧ୍ୟରେ ଧାନ ମଣ୍ଡି ନ ଖୋଲିଲେ ଜଳେଶ୍ୱର ତହସିଲ ସମ୍ମୁଖରେ ଧାନ ବସ୍ତା ରଖି ଆନ୍ଦୋଳନ ହେବ ବୋଲି ଆନ୍ଦୋଳନକାରୀ ମାନେ ଘୋଷଣା କରିଥିଲେ ।

ରିପୋର୍ଟ : ଭୂପତି ପରିଡା