ଜଳେଶ୍ଵର ବିଜେପି ଯୁବମୋର୍ଚ୍ଚା ତରଫରୁ ଶାଳବଣିରେ ରକ୍ତଦାନ ଶିବିର ଅନୁଷ୍ଠିତ : ୨୨ ୟୁନିଟ ରକ୍ତ ସଂଗ୍ରହ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ମହାମାରୀ କରୋନା ଦ୍ବିତୀୟ ଲହରୀ ଯୋଗୁଁ ଲକଡାଉନ ସର୍ଟଦାଉନ ଚାଲିଥିବାରୁ ରକ୍ତର ଉତ୍କଟ ଅଭାବ ହୋଈ ଥିବାରୁ, ତାହାକୁ ପୂରଣ କରିବା ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଜଳେଶ୍ଵର ବିଜେପି ଯୁବମୋର୍ଚ୍ଚା ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ବାନକ୍ରମେ ବରଡିହା ଗ୍ରାମ ପଞ୍ଚାୟତର ଶାଳବଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ “ସେବା ହିଁ ସଙ୍ଗଠନ” କାର୍ଯ୍ୟକ୍ରମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ଓ ଏଥିରେ ମୋଟ ୨୨ ଇଉନିଟ ରକ୍ତ ସଂଗ୍ରହ କରା ଯାଇଥିଲା l ଏହି ଶିବିରକୁ ବିଜେପି ଯୁବମୋର୍ଚ୍ଚା ନେତା କମଲ ଲୋଚନ ପାଲଙ୍କ ନେତୃତ୍ବରେ ଆୟୋଜିତ ରକ୍ତଦାନ ଶିବିରକୁ ଡାକ୍ତର ଅଜୟ କୁମାର ଜେନା ଉଦ୍ଦଘାଟନ କରିଥିଲେ l ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଜଳେଶ୍ଵର ବିଜେପି ଟାଉନ ସଭାପତି ଫାଲଗୁନି ପାଣିଗ୍ରାହୀ, ରବିନ୍ଦ୍ର ପାତ୍ର, ରଣଜିତ ପୃଷ୍ଟି, ସ୍ଵାଧୀନ ଦାସ, ରାମକୃଷ୍ଣ ସାହୁ, ରାଜେଶ ସାହୁ, ଶୁଭ୍ରଜିତ ମହାନ୍ତି, ଲକ୍ଷ୍ମୀକାନ୍ତ ମହାନ୍ତି, ସୂଜୟ କୁମାର ଜେନା, ଅଭିଜିତ ଜେନା, ବିଶ୍ୱଜିତ ମହାନ୍ତି, ମିନତୀ ଜେନାଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଓ ଶାଳବଣି ଗ୍ରାମବାସୀ ସହଯୋଗ କରିଥିଲେ l ବାଲେଶ୍ୱର ରକ୍ତଭଣ୍ଡାରର ଡାକ୍ତର ମହେଶ କୁମାର ବିଶ୍ବାଳ ପ୍ରଥମେ ରକ୍ତଦାତାମାନଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ଫାର୍ମାସିଷ୍ଟ ଦେବାଶିଷ ଦତ୍ତ ଓ ଅନ୍ୟ ବ୍ଲଡବ୍ୟାଙ୍କ କର୍ମଚାରୀ ଉପସ୍ଥିତ ହୋଇ ରକ୍ତ ସଂଗ୍ରହ କରିଥିଲେ l