ଜଳେଶ୍ଵରର କ୍ରାନ୍ତିକାରୀ ପୁରୁଷ ସ୍ୱର୍ଗତ ଗୌର ଗୋପାଳ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ରାନ୍ତି ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ : ୨୦୧ ରକ୍ତ ସଂଗ୍ରହ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵରର କ୍ରାନ୍ତିକାରୀ ପୁରୁଷ ସ୍ୱର୍ଗତ ଗୌର ଗୋପାଳ ଦାସଙ୍କ ସ୍ମୃତି ଉଦ୍ୟେଶରେ କ୍ରାନ୍ତି ଦିବସ ଉପଲକ୍ଷେ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ତରଫରୁ ବିଶାଳ ରକ୍ତଦାନ ଶିବିର କୋଟସାହି ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୨୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଶିବିରକୁ ମୁଖ୍ୟଅତିଥି ବିଧାୟକ ଅଶ୍ୱିନୀ କୁମାର ପାତ୍ର, ତହସିଲଦାର ଶଙ୍କର କୁମାର ପଟ୍ଟନାୟକ, ଡାକ୍ତର ମହେଶ କୁମାର ବିଶ୍ବାଳ ମିଳିତ ଭାବେ ଉଦ୍ଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଜେଡି ମହିଳା ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନି ଜେନା ଉପସ୍ଥିତ ହୋଇ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେବା ସହିତ ଜଳେଶ୍ଵର ପ୍ରତି ତାଙ୍କର ଭଲ ପାଇବା ସବୁବେଳେ ଅଛି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଜଳେଶ୍ଵରର ନୂତନ ଆଇଆଇସି ପ୍ରଜ୍ଞା ମହାନ୍ତି, ଜିଲ୍ଲା ମହିଳା ବିଜେଡି ସଭାପତି ବିନ୍ଦୁବାଳା ନନ୍ଦୀ, ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ସାବିତ୍ରୀ ଦାସ, ବିଜେଡିର ବରିଷ୍ଟ ନେତା ତଥା ସମବାୟବିତ୍ ମାନସ ଜେନା, ମୋ ପରିବାର ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ସାଇରୋଲ ହକ, ବ୍ଳକ ସଂଯୋଜକ ମଧୁସୂଦନ ସେନାପତି, ବିଜେଡି ବ୍ଲକ ସଭାପତି ଭୂପତି ଚରଣ ମିର୍ଦ୍ଧା, ବ୍ଲକ ଛାତ୍ର ସଭାପତି କାଳୀଚରଣ ଦାସ, ବ୍ଲକ ମହିଳା ସଭାପତି ସଞ୍ଜିତା ସେନାପତି, ମହିଳାନେତ୍ରୀ ଆରତୀ ଦାସ, ରାଇବଣିଆ ଅଞ୍ଚଳର ବରିଷ୍ଟ ନେତା ଦିଲ୍ଲୀପ କୁମାର ସାମଲ, କୋଟସାହି ପଞ୍ଚାୟତ ସଭାପତି ବିଶ୍ଵନାଥ ଦାସ ମହାପାତ୍ର, ରାଧାଶ୍ୟାମ ନାଥ, ସୁଗୋ ପଞ୍ଚାୟତ ସମିତି ସଭ୍ୟ ସଞ୍ଜୟ କୁମାର ମହାନ୍ତି, ଯୁବ ବିଜେଡ଼ି ନେତା ଚନ୍ଦନ କୁମାର କର ପ୍ରମୁଖ ମଞ୍ଚାସିନ ହୋଇ ସ୍ୱର୍ଗତ ଗୌର ଗୋପାଳ ଦାସଙ୍କ ଫଟୋ ଚିତ୍ରରେ ଧୂପପୁଷ୍ପ ଓ ଚନ୍ଦନ ପୂର୍ବକ ପୂଜାର୍ଚ୍ଚନା କରି ରକ୍ତଦାତା ଓ ପରିଚାଳନା କରିଥିବା ବ୍ୟକ୍ତିମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ରକ୍ତଦାନର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି କାର୍ଯ୍ୟକାରିଣୀ ସଭ୍ୟ ପତିପ କୁମାର ପ୍ରଧାନ, ନଗର ବିଜେଡି ସଭାପତି ସୁରଜିତ ଘୋଷ, ନଗର ଯୁବ ବିଜେଡ଼ି ସଭାପତି ଆନନ୍ଦ କର, ଗୋବିନ୍ଦ ସାହୁ, ଶେଖ ହସିରୁଦ୍ଦିନ ବକ୍ସ, ରାଜେଶ ଖଟୁଆ, ପ୍ରବୀର କୁମାର ଦାସ, ସପନ କୁମାର ଦାସ, ବନ ବିହାରି ଦାସ, ବ୍ରିଜେଶ ରଣା, ରମେଶ ଚନ୍ଦ୍ର ପାତ୍ର, ରାଜେଶ ଜେନା, ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ହୋଇ ରକ୍ତଦାତା ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି କୋଟସାହି ଗ୍ରାମ ପଞ୍ଚାୟତ ଏସଏଚଜି ତରଫରୁ ଏମମ୍ୱିକେ ରୀନାରାଣୀ ବେହେରା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ସିଆରସିସି ସୁଧୀର କୁମାର କର ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହ ଗୋପାଳ ଚନ୍ଦ୍ର ଦାସ ମହାପାତ୍ର, ସାମ୍ୱାଦିକ ଭୂପତି ପରିଡ଼ା, ନଗେନ୍ଦ୍ର ଜେନା, ଉଦ୍ୟୁତ କୁମାର ଦାସ ମହାପାତ୍ର, ଭୂପେନ ଚନ୍ଦ୍ର ବେହେରା, ବିଶ୍ବମ୍ବର ନାଥ, ରଞ୍ଜନ ଦଳାଇ, ରଣଜିତ ପରିଡ଼ା, ଉତ୍ତମ ଦାସ ଦାସ ମହାପାତ୍ର, ତରୁଣ ନାଥ, ବିକର୍ତ୍ତନ ଜେନା, ମହେଶ୍ୱର ବଡୁ, ଗୋପାଳ ଚନ୍ଦ୍ର ବେହେରା, ନାଏବ ସରପଞ୍ଚ ତପନ ବେହେରା, ତପନ କୁମାର ଭୂୟାଁ, ଉମେଶ ଚନ୍ଦ୍ର ନନ୍ଦୀ, ଶଶିକାନ୍ତ ପାତ୍ର ଓ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀର ସିଆରପି ଚାରୁବାଳା ଜେନା, ସୁବାସିନି ମହାନ୍ତି, ଅଶାଲତା ନନ୍ଦୀ, ଆଶାଲତା ମହାନ୍ତି, ଲକ୍ଷ୍ମୀପ୍ରିୟା ଗିରି, ମଞ୍ଜୁଲତା ଦତ୍ତ ପ୍ରମୁଖ ବ୍ୟକ୍ତିମାନେ ସହଯୋଗ କରିଥିଲେ । ବାଲେଶ୍ୱର ରକ୍ତଭଣ୍ଡାର ଡାକ୍ତର ମହେଶ କୁମାର ବିଶ୍ଵାଳ, କାଉନସେଲର ସୁଚିସ୍ମିତା ଦାସ, ଷ୍ଟାଫନର୍ସ ସ୍ଵାତୀ ସୁଚରିତ୍ରା ରାଜ, ଟେକ୍ନିସିଆନ ଦେବାଶିଷ ଦତ୍ତ, ବିଜୟ କୁମାର ପଟ୍ଟନାୟକ, ରାଜେଶ ମିଶ୍ର, ବିନୋଦ ବିହାରୀ ଦାସ, ଅଜୟ ମହାପାତ୍ର, ବିଦ୍ୟାଧର ସାହୁ ଓ ଡ୍ରାଇଭର ହରିଶ୍ଚନ୍ଦ୍ର ମହାପାତ୍ର ପ୍ରମୁଖ ଡ଼ାକ୍ତରୀ ଦଳ ରକ୍ତ ସଂଗ୍ରହ କରିଥିଲେ । କୋଟସାହି ପଞ୍ଚାୟତର ଜ୍ଞାନିଗୁଣି ବ୍ୟକ୍ତି, ଯୁବ ଓ ମହିଳା ଗୋଷ୍ଠୀ ଉପସ୍ଥିତ ହୋଇ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା