ଜମାଳପୁର କୋଭିଡ ଟୀକା କେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାଦାନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଜମାଳପୁର କୋଭିଡ ଟୀକାକେନ୍ଦ୍ରରେ ଆଜି ୧୬୫ ଜଣ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟୀକାଦାନ ଶାନ୍ତି ଶୃଙ୍ଖଳା ମଧ୍ୟରେ ହୋଇଯାଇଛି । ଡାକ୍ତର ପ୍ରଦୀପ କୁମାର ଦତ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫାର୍ମାସିଷ୍ଟ ଅର୍ଜ୍ଜୁନ ହାଁସଦା, ଏଏନଏମ ସୁବାଶିନି ବେହେରା, ଡିଇଓ ଜ୍ୟୋତିର୍ମୟ ଭୂୟାଁ, ସ୍ଵାସ୍ଥ୍ୟ କର୍ମଚାରୀ ପଦ୍ମ କୁମାର ଗୋଚ୍ଛାୟତ, ଆଶାକର୍ମୀ କିରଣ ବାଳା ନାଥ, ଲକ୍ଷ୍ମୀପ୍ରିୟା ଜେନା, ଶିକ୍ଷକ ଅଜୟ କୁମାର ବେହେରା, ସିତାରାମ ମୁର୍ମୁ, ଅମରେନ୍ଦ୍ର ଧଳ, ନିଶିକାନ୍ତ ପାଣିଗ୍ରାହୀ, ଜୟଦେବ ସାହୁ, ଖଗେନ୍ଦ୍ର ନାଥ ନନ୍ଦୀ ଶିକ୍ଷୟତ୍ରୀ ମଞ୍ଜୁଲତା ସାହୁ, ଲତାରାଣୀ ସାଶମଲ, ନମିତା ଦାସ, ସଶିରେଖା ଜେନା, ଆଈସିଡିଏସ ମହିଳା ପରିଦର୍ଶିକା ଚଞ୍ଚଳା ବାରିକ ଅଙ୍ଗନୱାଡ଼ି କର୍ମୀ ଜୟସ୍ମିତା ଜେନା, ଯଶୋଦା କରଣ, ମାହେଶ୍ୱରୀ ନାୟକ, କାଞ୍ଚନ ପରିଡ଼ା ଓ ନମିତା ଶାସମଲଙ୍କ ସହିତ ବିଶ୍ଵନାଥ ଏକାଡେମୀ ଜମାଳପୁରର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ । ଉକ୍ତ କେନ୍ଦ୍ରରେ ଜଳେଶ୍ଵର ତହସିଲଦାର ଶଙ୍କର କୁମାର ପଟ୍ଟନାୟକ, ଜଳେଶ୍ଵର ବ୍ଲକ୍ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକ ଉକ୍ତ ଟୀକା କେନ୍ଦ୍ରରେ ତଦାରଖ କରିବାକୁ ଆସିଥିଲେ ।