ଜଗନ୍ନାଥ ସ୍ବାମୀଙ୍କ ଲୀଳା : ସ୍ନାନ ଯାତ୍ରା ପଛର କାରଣ ?

ମାଧବ ଦାସ ନାମକ ଜଣେ ଭକ୍ତ ଥିଲେ। ଦିନେ ତାଙ୍କୁ ଜ୍ଵର ହେଲା। ଶରୀର ବହୁତ୍ ଖରାପ ହେବା ରେ ଲାଗିଲା । ତାପରେ ବି ସେ ନିଜ କାମ ନିଜେ ହିଁ କରୁଥିଲେ । ଯଦି କିଏ ତାଙ୍କୁ ସାହାଯ୍ୟ କରିବାକୁ ଆସୁଥିଲେ ସେ ତାଙ୍କୁ ମଧ୍ୟ ମନା କରିଦେଉଥିଲେ । ଆଉ କହୁଥିଲେ ପ୍ରଭୁ ଜଗନ୍ନାଥ ଅଛନ୍ତି ନା, ସେ ତାଙ୍କୁ ସାହାଯ୍ୟ କରିବେ। ସେ ମତେ ରକ୍ଷା କରିବେ । ଭଗବାନଙ୍କ ଲୀଳା ଏବେ ବଡ଼ ବିଚିତ୍ର ଭକ୍ତ ମାଧବ ଦାସଙ୍କର ଏତେ ଜୋର ଦେହ ଖରାପ ହେଲା ଯେ, ସେ ମଳ ମୂତ୍ର ନିଜର ବସ୍ତ୍ରରେ କରିବାକୁ ଲାଗିଲେ। ପ୍ରଭୁ ଜଗନ୍ନାଥ ତାଙ୍କ ଭକ୍ତର ଏମିତି ଅବସ୍ଥା ଦେଖିପାରିଲେ ନାହିଁ ।ଆଉ ସେ ନିଜ ଭକ୍ତର ସେବା କରିବାକୁ ଆସିଗଲେ। ଭଗବାନ ଜଗନ୍ନାଥ, ମାଧବ ଦାସଙ୍କର ସେବା କରୁଥାନ୍ତି । ଭଗବାନ ଜଗନ୍ନାଥ ମାଧବ ଦାସଙ୍କର ମଇଳା ବସ୍ତ୍ରକୁ ପ୍ରଭୂ ଧୋଉଥାନ୍ତି । ଭଗବାନ ନିଜ ଭକ୍ତକୁ ବହୁତ ପ୍ରେମ ପୂର୍ବକ ସେବ କରୁଥାନ୍ତି। କିଛି ଦିନ ଗଲା ପରେ ମାଧବ ଦାସ ଭଲ ହେବାକୁ ଲାଗିଲେ । ଯେତେବେଳେ ମାଧବ ଦାସଙ୍କର ଚେତା ଆସିଲା, ସେ ପ୍ରଭୂଙ୍କୁ ଦେଖି କହିଲେ, ହେ ପ୍ରଭୁ ଆପଣ ମୋର ସେବା କରୁଛନ୍ତି । ପ୍ରଭୁ କାହିଁକି ଆପଣ ମୋ ପାଇଁ ଏତେ କଷ୍ଟ କଲେ ? ଆପଣ ପୁରା ସଂସାରର ସାରା ଜଗତର ମାଲିକ ଅଟନ୍ତି ।ତଥାପି ଆଜି ଆପଣ ମୋର ସେବା କରୁଛନ୍ତି । ଏହା ଠାରୁ ଭଲ ହେଇ ଥାଆନ୍ତା ଆପଣ ମୋର ଏହି ରୋଗକୁ ଦୂର କରିଦେଇ ପାରି ଥାଆନ୍ତେ ।ତଥାପି ଆପଣ ମୋର ପାଇଁ ଏତେ କଷ୍ଟ କରି ଏହି ସବୁ କରି ଥିବାରୁ, ମତେ ଭଲ ଲାଗିଲା ନାହିଁ । ପ୍ରଭୂ ଶ୍ରୀଜଗନ୍ନାଥ ଭକତ ମାଧବଙ୍କୁ କହିଲେ ଏହା ହିଁ ସତ୍ୟ ଯେ-, ମୁଁ ମୋର ଭକ୍ତ ପାଉଥିବା ଦୁଃଖ କଷ୍ଟ ଦେଖି ସହି ପାରିଲି ନାହିଁ। ଏଥି ପାଇଁ ମୁଁ ତୁମର ସେବା କଲି । ଆଉ ମୁଁ ଚାହିଁଥିଲେ ତୁମର ରୋଗକୁ ମଧ୍ୟ ଭଲ କରିଦେଇ ପାରିଥାନ୍ତି । କିନ୍ତୁ ଯାହା ନିୟତି ଲେଖିଅଛି, ତାହା ତ ନିଶ୍ଚୟ ଭୋଗିବାକୁ ହବ । ଯଦି ତମେ ଏହି ଜନ୍ମରେ ସେହି ନିୟତିର ଲେଖାକୁ ନ ଭୋଗିବ, ତାହା ହେଲେ ତମକୁ ସେହି ନିୟତିଙ୍କର କର୍ମଫଳ ଭୋଗିବା ପାଇଁ ଆଉ ଏକ ଜନ୍ମ ନବାକୁ ପଡ଼ିବ । କିନ୍ତୁ ମୋର ଭକ୍ତଙ୍କର ଏହି ଛୋଟ କାରଣ ପାଇଁ ଆଉ ଏକ ଜନ୍ମ ନେବାକୁ ଚାହୁଁ ନଥିଲି । ଏଥିପାଇଁ ମୁଁ ତୁମର ସେବା କରିବା ପାଇଁ ଆସିଗଲି। କିନ୍ତୁ ଲୋକମାନେ କୁହନ୍ତି ଭଗବାନ ଦୁଃଖ ଦିଅନ୍ତି । ଭଗବାନ ଦୁଃଖ ଦିଅନ୍ତୁ । ତାହା ତ ଆସିବ । କିନ୍ତୁ ସେହି ଦୁଃଖକୁ ସହିବାକୁ ପ୍ରଭୂ ଭଗବାନ ଶ୍ରୀଜଗନ୍ନାଥ,ନିଜର ଭକ୍ତ ମାନଙ୍କୁ ସହିବା ପାଇଁ ଶକ୍ତି ମଧ୍ୟ ଦେଇ ଥାଆନ୍ତି । କେବଳ ଆପଣ ମାନଙ୍କର ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଉପରେ ଅତୁଟ ପ୍ରେମ ଭକ୍ତି ଆଉ ବିଶ୍ୱାସ ଥିବା ଦରକାର।ତେଣୁ ପ୍ରଭୂ ଶ୍ରୀଜଗତର ନାଥ ଶ୍ରୀଜଗନ୍ନାଥ ନିଜର ଭକତଙ୍କୁ କହିଲେ, ହେ ମାଧବ ସେଥିପାଇଁ ମୁଁ ତୁମର ସେବା କରିଥିଲି । ଆଉ ଏବେ ମଧ୍ୟ ତୁମ ଭାଗ୍ୟରେ ନିୟତିର କର୍ମଫଳ ଅନୁସାରେ ଆହୁରି ୧୫ ଦିନର ରୋଗ ଭୋଗିବର ବାକି ରହି ଯାଇଛି । କିନ୍ତୁ ମୁଁ ତୁମର ଏହି ଅବସ୍ଥାକୁ ଆଉ ଦେଖି ପାରିବାକୁ ଇଛାକରୁ ନାହିଁ । ତେଣୁ ହେ ମାଧବ ମୁଁ ତୁମ ଭାଗରେ ବଳକା ଥିବା ୧୫ ଦିନର ଜ୍ବର ରୋଗକୁ ମୁଁ ନିଜ ନିକଟକୁ ନେଇ ଯାଉଛି। ସେବେଠାରୁ ପ୍ରଭୂ ଶ୍ରୀଜଗନ୍ନାଥ ନିଜର ପ୍ରିୟ ଭକତ ମାଧବ ଦାସଙ୍କ ଠାରୁ ୧୫ ଦିନର ରୋଗ ନେଇ ଯାଇଥିଲେ। ସେବେଠାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ୧୫ ଦିନ ଯାଏଁ ଦେହ ଖରାପ ରୁହେ। ଜ୍ୟେଷ୍ଠ ମାସର ସ୍ନାନ ପୂର୍ଣ୍ଣିମା ରେ ଭଗବାନ ଶ୍ରୀଜଗନ୍ନାଥ ସ୍ନାନ କରିବା ପରେ ପରେ ୧୫ ଦିନ ଯାଏଁ ଜ୍ୱରରେ ପଡି ଥାଆନ୍ତି । ସେଥିପାଇଁ ଭକତ ମାନଙ୍କ ଦ୍ଵାରା ପ୍ରଭୂ ସେବା ପାଉ ଥାଆନ୍ତି । ସେହି ପ୍ରଥାର ପରମ୍ପରା ବର୍ଷ ବର୍ଷ ଧରି ଆଜିଯାଏଁ ଚାଲୁଅଛି। ତେଣୁ ପ୍ରଭୂଙ୍କର ୧୫ ଦିନ ଯାଏ ମଧ୍ୟ ବନ୍ଦ କରାଯାଏ।

ଲେଖକ : ହିଞ୍ଜିଳି ପୂର୍ବତନ ପୋୖରାଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସ୍ୱାଇଁ