ଜଗନ୍ନାଥ ଡିଗ୍ରୀ କଲେଜରେ ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିମୁକ୍ତି ବଦଳରେ ନିଯୁକ୍ତି ଶିକ୍ଷାର ଏକମାତ୍ର ଲକ୍ଷ୍ୟ ନୁହେଁ, ଭଲ ମଣିଷ ହେବା ପାଇଁ ଉତ୍ତମ ଶିକ୍ଷା ଏକାନ୍ତ ଆବଶ୍ୟକ ବୋଲି ଭୋଗରାଇସ୍ଥିତ ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ସତୀଶ ଚନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି । ବୁଧବାର ଅପରାହ୍ନରେ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତରୂପେ ଯୋଗ ଦେଇ ଡ. ପଣ୍ଡା ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କୁ ଜୀବନର ଲକ୍ଷ୍ୟସ୍ଥର କରିବା ପାଇଁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜ୍ୟୋତ୍ସା ଘୋଷଙ୍କ ପୌରହିତ୍ୱରେ ମୁଖ୍ୟ ଅତିଥିରୂପେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ଜଳେଶ୍ୱର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଯୋଗ ଦେଇ ଜଳେଶ୍ୱର ସହରରେ ଉଚ୍ଚ ଶିକ୍ଷାର କୌଣସି ବିକାଶ ନ ଥିବା ବେଳେ ସ୍ୱର୍ଗତ ଅତୁଲ ଚନ୍ଦ୍ର ପାତ୍ରଙ୍କ ଦାନରେ ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳୟ ଓ ପରେ ଜଗନ୍ନାଥ ଡିଗ୍ରୀ କଲେଜ ସେ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିଲେ । ଏବେ ସାମ୍ପ୍ରତିକ ସମାଜରେ ଭଲ ମଣିଷର ଆବଶ୍ୟକତା ଥିଲା ବେଳେ ଛାତ୍ରଛାତ୍ରୀ ସେଥିରେ ମନନିବେଶ ଦେବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟାପକ ଅଶୋକ କୁମାର ରଥ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ । ପରେ ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅଧ୍ୟାପକ ଶ୍ରବଣ ନାଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାରେ କୃତିତ୍ୱଲାଭ କରିଥିବା ଚନ୍ଦନ ସାନ୍ତ୍ରା, କମଳାକାନ୍ତ ସାହ. ସିତାଂଶୁ ପାତ୍ରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ରାଜନିତୀ ବିଭାଗର ଏକ ଗ୍ରନ୍ଥାଗାରକୁ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଉ ଦ୍‌ଘାଟନ କରି ଏହା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେବ ବୋଲି କହିଥିଲେ । ବିଭାଗୀୟ ମୁଖ୍ୟ ଶ୍ରବଣ କୁମାର ନାଥ ଓ ଅଧ୍ୟାପକ ରଣଜିତ୍ ବେହେରା ଅତିଥି ପରିଚୟ କରିଥିବା ବେଳେ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ରାଜେଶ୍ୱରୀ ପାଣିଗ୍ରାହୀ ଓ ମହାବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତ୍ସା ଘୋଷ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଛ୍ରାତ୍ରୀ ଶୁଭସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା