ଜଗଦଳପୁରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ବ୍ରହ୍ମପୁର ସହର ତଳି ଅଞ୍ଚଳ ଜଗଦଳପୁର ଗ୍ରାମର ଶିବ ମନ୍ଦିର ପରିସରରେ ସ୍ଥିତ କଲ୍ୟାଣମଣ୍ଡପ ଠାରେ ଜଗଦଳପୁର ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ତଥା ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସହଯୋଗ ଓ ଲାଇଫ କ୍ୟୁର ପଥୋଲାବ ସମର୍ଥନରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଉକ୍ତ ରକ୍ତ ଦାନ ଶିବିରକୁ ସ୍ଥାନୀୟ ସରପଞ୍ଚ କାନ୍ତି କୁମାରୀ ଦେବୀ, କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଓ ସ୍ବେଛାସେବୀ ସୁବାଷ ପାତ୍ର ପ୍ରମୁଖ ରିବିନ କାଟି ଉଦଘାଟନ କରିଥିଲେ। ଗ୍ରାମ୍ୟ କମିଟି ସଭାପତି କେ. ସୁଦାମ ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ କାନ୍ତି କୁମାରୀ ଦେବୀ, ସମିତି ସଭ୍ୟ ରବୀନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ, କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଓ ସ୍ବେଛାସେବୀ ସୁବାଷ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଥିଲେ ଯେ ରକ୍ତ ଦାନ ଠାରୁ ଶ୍ରେଷ୍ଠ ଦାନ ଏ ଦୁନିଆରେ କିଛି ନାହିଁ । ରକ୍ତ ଦାନ କରି ଆମେ କେବଳ ପୁଣ୍ୟ କାମ କରୁନେ ଜଣଙ୍କୁ ଜୀବନ ଦାନ କାରୁଛେ। ରକ୍ତ ଦାନ ନେଇ ଲୋକଙ୍କ ମଧ୍ୟରେ ରହିଥିବା ଭ୍ରାନ୍ତ ଧାରଣା ଓ ଅନ୍ଧ ବିଶ୍ୱାସକୁ ଦୂର କରିବାକୁ ପଡ଼ିବ ବୋଲି କହିଥିଲେ। ସମାରୋହରେ ଆଜି ପର୍ଯ୍ୟନ୍ତ ୩୫ ଥର ରକ୍ତ ଦାନ କରିଥିବା ସ୍ବେଛାସେବୀ ସୁବାଷ ପାତ୍ରଙ୍କୁ ଅଙ୍ଗବସ୍ତ୍ର ଓ ମାନ ପତ୍ର ଦେଇ ସ୍ବତନ୍ତ୍ର ଭାବେ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏମ କେ ସି ଜି ମେଡିକାଲ କଲେଜ ରକ୍ତ ଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ଏଠାରେ ୨୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଅନେକ ସ୍ବେଛାସେବୀ ରକ୍ତ ଦାନ ପାଇଁ ଅପେକ୍ଷା କରିଥିବା ବେଳେ ବର୍ଷା ତତ୍ ଜନିତ କରେଣ୍ଟର ବାରମ୍ବାର ବିଭ୍ରାଟ ଯୋଗୁଁ ନିରାଶ ହୋଇ ଫେରି ଯାଇଥିଲେ। ଏଥିରେ ଗ୍ରାମ୍ୟ କମିଟିର କାର୍ଯ୍ୟକର୍ତ୍ତା ସୁଦାମ ପାତ୍ର, ଲାବଣ୍ୟ ପାତ୍ର, ସୁନିଲ ପାତ୍ର ବିନୋଦ ପାତ୍ର, ଦଣ୍ଡପାଣି ପାତ୍ର, ଏଲ୍, ରଞ୍ଜି ଦାସ, ସନ୍ତୋଷ ପାତ୍ର ଓ କାଳିଆ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲା ବେଳେ ସହର ତଳି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଯୁଗ୍ମ ସମ୍ପାଦକ ଟି. ସୁଦେଶ ପାତ୍ର, ସହ ସମ୍ପାଦକ ବି ଭି ସାଗର , ସାଂଗଠନିକ ସମ୍ପାଦକ ଶ୍ରୀକାନ୍ତ ପଢିହାରୀ, ଅଜିତ ପଟ୍ଟନାୟକ, ଗଣେଶ ଦାସ ଓ ପ୍ରଦୀପ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀ ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର ଜଣାଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା