ଛମୌଜ ସୁନା ଗହଣା ଦୋକାନ ଓ ଚୋରାମରାରେ ସାର ଦୋକାନରୁ ଚୋରି…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୋରାମରାରେ ଏକ ସାର ଦୋକାନରୁ ଗତକାଲି ରାତିରେ ଚୋରି ହୋଇଥିବା ଜଣାପଡ଼ିଛି । ଘଟଣାରୁ ଜଣା ଯାଇଛି ଗତକାଲି ତା-୧୯/୮/୨୦ ରାତିରେ ଚୋରାମରା ଗ୍ରାମର ଚନ୍ଦ୍ରକାନ୍ତ ଦାସଙ୍କ ସାର ଦୋକାନରୁ ସାର, ମଞ୍ଜି, ଓ ଓଜନ ମେସିନ ଚୋରି ହୋଇଛି । ଏହାର ଅଟକଳ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି । ଚନ୍ଦ୍ରକାନ୍ତ କୋଭିଦ-୧୯ ସମୟରେ ବେକାର ଥିବାରୁ ସେ ସ୍ୱଳ୍ପ ପୁଞ୍ଜି ଲଗାଇ ଏକ ଦୋକାନ କରିଥିଲେ । ଦୋକାନ ଚୋରି ହେବାରୁ ଚନ୍ଦ୍ରକାନ୍ତଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣାପଡ଼ିଛି । କୋଭିଦ ସର୍ଟଡାଉନ ଲକଡାଉନ ଯୋଗୁଁ ଲୋକେ ବେକାର ହୋଇ ଯାଇ କାମ ଧନ୍ଦା ପାଉ ନ ଥିବାରୁ ଏଭଳି ପଦକ୍ଷେପ ନେଉଥିବା ସାଧାରଣରେ ଆଲୋଚନା ହେଉଛି, ଅନୁରୂପ ଭାବରେ ଛମୌଜ କାମିଳା ଜୁଏଲାରୀରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇ ଯାଇଛି । ଛମୌଜ ସ୍ଥିତ ରାଣୀବଜାରରେ ଚୋରାମରା ଗ୍ରାମର ମନ୍ତୋଷ କୁମାର କାମିଳା ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ହେବ ସୁନା ଗହଣା ଦୋକାନ କରି ଆସୁଥିଲେ । ଗତକାଲି ସେ ଦୋକାନ ବନ୍ଦ କରି ନିଜ ଘର ଚୋରମରାକୁ ଆସିଥିଲେ, ରାତି ପ୍ରାୟ ୧୨ ଟା ୩୦ ମିନିଟ ପରେ କେତେକ ଦୁର୍ବୁତ୍ତ ଏଜବେଷ୍ଟେସ ଓ ମାଟି ଛାତ ପରେ କୋଠରୀର ସିଲିଙ୍ଗ ଭାଙ୍ଗି ଭିତରକୁ ପଶିଥିଲେ ଏବଂ ଉକ୍ତ ଦୋକାନରୁ ଆନୁମାନିକ ୨୦ କିଲୋ ରୁପା ଓ ନଗଦ ୫ ହଜାର ଟଙ୍କା ନେଇ ଯାଇ ଥିବା ସେ କହିଛନ୍ତି  । ଶ୍ରୀ କାମିଳା ଆଜି ଜଳେଶ୍ଵର ଥାନାରେ ଲିଖିତ ଏତାଲା ଦେବା ପରେ ଜଳେଶ୍ଵର ପୋଲିସ ଏକ ଚୋରି କେଶ ଦାଏର କରି ତଦନ୍ତ ଆରମ୍ଭ କରୁଛି ଏବଂ ତଦନ୍ତ ସମୟରେ ପାଖ ଦୋକାନୀର ସି.ସି.କେମେରାରୁ ଅଧିକ ତଦନ୍ତ ପାଇଁ ପୋଲିସ ନେଇଥିବା ଜଣାପଡ଼ିଛି ।

ରିପୋର୍ଟ : ଭୂପତି କୁମାର ପରିଡା