ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବାର୍ ଆସୋସିଏସନ୍ ତଥା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ ୮ ଜଣ ପ୍ରାର୍ଥୀ ପତ୍ର ନିର୍ବାଚନ ଅଧିକାରୀ ସିଏଚ୍‌. ସୂର୍ଯ୍ୟନାରାୟଣ ରେଡ୍ଡୀଙ୍କ ନିକଟରେ ଦାଖଲ କରିଛନ୍ତି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ପ୍ରାଥୀ ପତ୍ର ଦାଖଲ କରିବାକୁ ନଭେମ୍ବର ୨୪ ଓ ୨୫ ଦିନ ତାରିଖ ଧାର୍ଯ୍ୟ ରହିଛି । ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ସଂଜୟ କୁମାର ବେହେରା ଦାୟିତ୍ୱ ତୁଲାଉଛନ୍ତି । ଓକିଲ ସଂଘର ସଭାପତି ପଦବୀ ନିମନ୍ତେ ପ୍ରଦୀପ କୁମାର ପାଢୀ, ବ୍ରଜ ମୋହନ ଆଚାର୍ଯ୍ୟ ଓ କେ.କମଳ ଲୋଚନ ଦାସ ପ୍ରାଥୀ ପତ୍ର ଦାଖଲ କରିଥିବା ବେଳେ ସାଧାରଣ ସମ୍ପାଦକ ନିମନ୍ତେ ଏଲ.ଗୋପାଳ ରାଓ(ଗୋପୀ) ଓ ଏସ.ଶ୍ୟାମ କୁମାର ରାଓ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହିପରି ଉପସଭାପତି ନିମନ୍ତେ ବାବୁ ନାହାକ ଓ ଡମିନାଥ ସାହୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଲାଇବ୍ରେରୀ ଏଣ୍ଡ ସେମିନାର ସମ୍ପାଦକ ଭାବେ ସୁରେଶ କୁମାର ପଟ୍ଟନାୟକ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ନଭେମ୍ବର ୨୬ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୨୭ରେ ପ୍ରାର୍ଥୀପତ୍ର କାଏମ ଥିବା ତାଲିକା ଓ ୨୮ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ନିମନ୍ତେ ତାରିଖ ଧାର୍ଯ୍ୟ ରହିଛି ବୋଲି ସୂଚନା ମିଳିଛି । ଛତ୍ରପୁର ଓକିଲ ସଂଘର ୧୯୮ଜଣ ସଭ୍ୟ ରହିଥିବା ବେଳେ ସଂକ୍ରୀୟ ସଭ୍ୟ ତଥା ଭୋଟର ଭାବେ ୧୭୦ଜଣ ରହିଛନ୍ତି ବୋଲି ସହକାରୀ ନିର୍ବାଚନ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା