ଛତ୍ରପୁର ଏନଏସିକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ଏନଏସିକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ଆସନ୍ତାକାଲିଠାରୁ ଆଗାମୀ ୭ ଦିନ ପାଇଁ ଛତ୍ରପୁର ଏନଏସିକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜୁନ ୩୦ ତାରିଖ ଠାରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସଟଡାଉନ ବଳବତ୍ତର ରହିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏହି ସମୟରେ ଅତ୍ୟାବଶକୀୟ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏପରି ପଦକ୍ଷେପ ନେଇଥିବା ଜିଲ୍ଲାପାଳ କୁଲାଙ୍ଗେ କହିଛନ୍ତି । ଏହି ସୂଚନା ମିଳିବା ପରେ ଲୋକଙ୍କ ଭିଡ ଜମି ଥିବା ଦେଖିବାକୁ ମିଳିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା