ଛତ୍ରପୁରରେ ମିଲ୍କ ପାର୍ଲର ଦୁଗ୍ଧ ଏଟିମ୍ କାଉଣ୍ଟର ଉଦଘାଟିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ମିଲ୍କ ୟୁନିଅନ୍ ପକ୍ଷରୁ ଏକ ମିଲ୍କ ପାର୍ଲର ଛତ୍ରପୁର ରିକାପଲ୍ଲୀ ହାଟ ନିକଟରେ ଉଦଘାଟିତ ହୋଇଯାଇଛି । ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ସ୍ଥାପିତ ହୋଇଥିବା ଏହି ପାର୍ଲର ଉଦଘାଟିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏବଂ ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି ପ୍ରମୁଖ ଉପସ୍ଥିତ ରହି ଏହି ଦୁଗ୍ଧ ଏଟିମ୍ କାଉଣ୍ଟରକୁ ଉଦଘାଟନ କରିଛନ୍ତି । ଗ୍ରେଟେର ଗଞ୍ଜାମ, ଗଜପତି, ମିଲ୍କ ୟୁନିୟନ ବ୍ରହ୍ମପୁର ଦ୍ୱାରା ଦୁଗ୍ଧ ପାର୍ଲରଟି ପରିଚାଳନା କରାଯିବ । ସୂଚନା ଯୋଗ୍ୟ ଯେ ପୂର୍ବରୁ ବ୍ରହ୍ମପୁର ସହରରେ ଗେଟ ବଜାର, ତୁଳସୀ ନଗର, ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟ ଠାରେ ତିନୋଟି ଏଟିଏମ୍ ଖୋଲାଯାଇ ଦୁଗ୍ଧ ଚାହିଦାର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଦୈନିକ ୨୫୦୦ ଲିଟର ଠାରୁ ଆରମ୍ଭ କରି ତିନି ହଜାର ଲିଟର ପର୍ଯ୍ୟନ୍ତ ଖିର ଯୋଗାଇ ଦିଆଯାଉଛି । ଛତ୍ରପୁର ଠାରେ ଖୋଲାଯାଇଥିବା ଏହି କାଉଣ୍ଟର ଦୈନିକ ୫୦୦ ଲିଟର ଖିର ବିକ୍ରି କରିବାର କ୍ଷମତା ଏଟିଏମ୍ ରେ ରହିଛି । ଉତ୍ତମ ମାନର ଖିର ଲିଟର ପିଛା ୪୬ ଟଙ୍କାରେ ବିକ୍ରି ହେବ । ଏହି ପାର୍ଲରରେ ବିକ୍ରି ହେଉଥିବା ଦୁଗ୍ଧ ସ୍ଥାନୀୟ ଚାଷୀଙ୍କ ଠାରୁ ସଂଗ୍ରହ କରାଯାଇ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଏବଂ ଟାଟା ଟ୍ରଷ୍ଟର ସହ ଯୋଗରେ ଭିଟାମିନ୍ ଏ ଏବଂ ଭିଟାମିନ୍ ଡି ସହିତ ପେଷ୍ଟିଂ ହୋଇ ଦୁଗ୍ଧ ବିକ୍ରି ହେବ । ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଫାଉଣ୍ଡେସନର ଶାଖା ମୁଖ୍ୟ ରକି ମାର୍ଟିନ୍ ସହଯୋଗ କରିଥିଲେ । ଏହି ପାର୍ଲର ଉଦଘାଟନ ଉତ୍ସବରେ ମିଲ୍କ ୟୁନିୟନର ସାଧାରଣ ପରିଚାଳକ ଡଃ ବିଶ୍ୱ ରଞ୍ଜନ ତ୍ରିପାଠି, ସହକାରୀ ପରିଚାଳକ କାହ୍ନୁ ଚରଣ ପଣ୍ଡାଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା