ଛତ୍ରପୁରରେ ଚୋର ଦଳ ସକ୍ରୀୟ : ତାଲାଭଙ୍ଗା ଚୋରୀ ଘଟଣା ୨ଦିନହେଲା ପୋଲିସ ହାତ ଶୂନ

ଛତ୍ରପୁର(ସମୃଦ୍ଧଓଡିଶା)ଗତ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଛତ୍ରପୁର ଥାନା ଅଧୀନସ୍ଥ ୧୬ ନଂ ଜାତୀୟ ରାଜପଥ କଡ଼ (ବାଟ-ଛତ୍ରପୁର) ଜଗନ୍ନାଥ ବିହାର ଅଞ୍ଚଳରେ ବ୍ଲକ୍‌ର କନିଷ୍ଠଯନ୍ତ୍ରୀ ଜୟସେନ ବେହେରାଙ୍କ ଘରେ ତାଲା ଭାଙ୍ଗି ଦୁଇ ଜଣ ଦୁର୍ବୃତ୍ତ ଚୋରୀ କରିଥିବା ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ଘର ମାଲିକଙ୍କ ସିସିଟିଭି ଫୁଟେଜକୁ ଆଧାର କରି କୁହାଯାଇଛି ଯେ’ ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୁତ୍ତ ଚୋରି କରିଛନ୍ତି । ଚୋରୀ କରିବା ସମୟର ସମସ୍ତ ଘଟଣାକ୍ରମ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି । ଦୁର୍ବୃତ୍ତମାନେ ଘରେ ପଶି ଘରର ସମସ୍ତ ଯାବତୀୟ ଜିନିଷପତ୍ର, ବିଭିନ୍ନ ଆସବାବପତ୍ର ଏବଂ ଆଉ କିଛି ଟଙ୍କା ଚୋରୀ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତଜାରୀ ରଖିଛନ୍ତି । ଛତ୍ରପୁରରେ ଚୋର ଦଳ ସକ୍ରୀୟ ହୋଇଥିବା ବେଳେ ତାଲାଭଙ୍ଗା ଚୋରୀ ଘଟଣାର ୨ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ହାତ ଶୂନ ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା