ଚିକିଟି ରେଞ୍ଜ ଅଞ୍ଚଳରେ ଚଢ଼ାଉ : ବହୁ ପୋଚ ନଷ୍ଟ ସହ ରନ୍ଧା ମଦ ଜବତ ସହ ୪ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶନାରେ ଚିକିଟି ରେଞ୍ଜ ଅଞ୍ଚଳରେ ଚଢ଼ାଉ କରାଯାଇଛି । ଏଥିରେ ମଦ ରନ୍ଧା ସ୍ଥାନରୁ ପ୍ରାୟ ୧୪,୦୦୦ ଲିଟର ଗୁଡ଼ ମିଶ୍ରିତ ପୋଚ୍ଚକୁ ମିଳିତ ବାହିନୀ ନଷ୍ଟ କରିବା ସହ ୭୪୮ ଲିଟର ରନ୍ଧା ମଦକୁ ଜବତ କରିଛି । ଚିକିଟି ଅବକାରୀ ରେଞ୍ଜରଙ୍କ ତତ୍ବାବଧାନରେ ଆୟୋଜିତ ଏହି ମିଳିତ ଚଢ଼ାଉରେ ଜିଲ୍ଲା ମୋବାଇଲ ଟିମ୍, ଚିକିଟି ଅବକାରୀ ଉପ ଅଧିକ୍ଷକଙ୍କ ସହ ଏକ ପ୍ଲାଟୁନ ଏପିଆରଙ୍କ ସହ କରାଯାଇଥିଲା । ମାଜିଷ୍ଟ୍ରେଟ ଦାୟିତ୍ଵରେ ଦିଗପହଣ୍ଡି ତହସିଲଦାରଙ୍କ ଉପସ୍ଥିତିରେ ମିଳିତ ବାହିନୀ ବଡ଼ ବୁରୁଦା, ବାରିବାଡ଼ିଆ, ନୂଆଗାଁ, ତଦା ଆଦି ଦିଗପହଣ୍ଡି ଥାନା ଅଂଚଳରେ ଚଢାଉ କରିଥିଲେ । ବିଭିନ୍ନ ଉପାନ୍ତ ଓ ଅଗମ୍ୟ ପାହାଡ଼ରେ ଚଳୁଥିବା ମଦରନ୍ଧା ଭାଟିକୁ ଚଢାଉ ଚଢାଉ କରି ବିପୁଳ ପୋଚକୁ ନଷ୍ଟ କରିବା ସହ ଲକ୍ଷାଧିକ ଟଙ୍କାର ମଦ ରନ୍ଧା ପ୍ରସ୍ତୁତିରେ ଥିବା ହଣ୍ଡା, ପ୍ଲାଷ୍ଟିକ ଡ୍ରମ ଓ ଅନ୍ୟ ଉପକରଣ ଜବତ କରିଛନ୍ତି । ଏଥିନେଇ ସାତଟି ମାମଲା ରୁଜୁ କରିଥିବା ବେଳେ ଚାରିଗୋଟି ମାମଲାରେ ଚାରିଜଣଙ୍କୁ ଗିରଫ କରିଥିବା ବିଭାଗୀୟ ପକ୍ଷରୁ ସୂଚନା ରହିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା