ଚାଷୀ ଋଣ ଛାଡ଼ର ପ୍ରତିଶ୍ରୁତି ଦେଲେ ପ୍ରିୟଙ୍କା ଗାନ୍ଧି…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଗୋରଖପୁରରେ ବିଜେପି ବିରୋଧରେ ଗର୍ଜିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ସୂଚନା ଅନୁଯାଇ ବିଜେପି ୟୁପି ସମେତ ସମଗ୍ର ଦେଶକୁ ପ୍ରତରଣା କରିଛି ଏବଂ ଲୋକେ ଏହାର ଜବାବ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ଏହି ଅବସରରେ ଆଗାମୀ ନିର୍ବାଚନରେ କଂଗ୍ରେସ ବିଜୟୀ ହେଲେ ଚାଷୀଙ୍କର ସମସ୍ତ ଋଣ ଛାଡ଼ କରିବ ବୋଲି ପ୍ରତିଶ୍ରୁତି ଦେବା ସହ ଧାନ ଓ ଗହମ କ୍ବିଣ୍ଟାଲ ପିଛା ୨୫୦୦ ଟଙ୍କାରେ କ୍ରୟ କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଏହାସହ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଦୁର୍ଦ୍ଦଶା ରାଜ୍ୟରେ ବଢ଼ୁଥିଲେ ମଧ୍ୟ ବିଜେପି ସରକାର ଏଥିପ୍ରତି କର୍ଣ୍ଣପାତ କରିନାହିଁ । କ୍ଷମତାକୁ ଆସିଥିଲେ ସମସ୍ତ ନାଗରିକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମାଗଣାରେ ଉପଲବ୍ଧ ହେବ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।