ଚାଷୀଙ୍କୁ କଂଗ୍ରେସ ପକ୍ଷରୁ ମାଗଣା ଧାନ ବୀହନ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ କୃଷକ କଂଗ୍ରେସ ନେତା ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ଵରେ ଚାଷୀମାନଙ୍କୁ କୁକୁଡାଖଣ୍ଡି ବ୍ଲକର ମଦନ ମୋହନ ପୁର, ବାଘଲଟି, କୁସୁମି, ମାଟିଆଗାଁ, ମନୋହର ପ୍ରଭୁତି ଗ୍ରାମରେ ଆଜି ଜିଲ୍ଲା କଂଗ୍ରେସ ନେତା ମାନଙ୍କ ତରଫରୁ ମାଗଣାରେ ଧାନ ବୀହନ ବଣ୍ଟନ କରାଯାଇଛି l କରୋନା ଜନିତ ଅସୁବିଧା କାରଣରୁ ଯେଉଁ ଚାଷୀ ମାନେ ବୀହନ କିଣିବାକୁ ଅସୁବିଧାରେ ପଡ଼ିଥିଲେ l ସେପରି ପ୍ରାୟ ଶତାଧିକ ଚାଷୀଙ୍କୁ ଆଜି କଂଗ୍ରେସ ତରଫରୁ ମାଗଣାରେ ବୀହନ ବଣ୍ଟା ଯାଇଥିଲା l ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ରାଜ୍ୟ କୃଷକ କଂଗ୍ରେସ ନେତା ରଶ୍ମିରଂଜନ ପଟ୍ଟନାୟକ ପି.ସି.ସି ସମ୍ପାଦକ ଭୋକାଲି ସେଠୀ, ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ ନିରୁପମା ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ନେତା ଉଦୟ ପାଣିଗ୍ରାହୀ, ଏସ. ଦଣ୍ଡପାଣି, କିଶୋର କାପୁର, କୁକୁଡ଼ାଖଣ୍ଡି କଂଗ୍ରେସ ବ୍ଲକ ସଭାପତି କୁନା ପତ୍ର, ଯୁବ କଂଗ୍ରେସ ନେତା ସିଦ୍ଧାନ୍ତ ସାହୁ, ବବୁଲୁ ବେଗ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା