ଚାଷକ୍ଷେତକୁ କାମ କରିବାକୁ ଯାଇ ନଦୀରେ ବୁଡି କୃଷକର ମୃତ୍ୟୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିଜର ଉତ୍ପନ ଧାନ ଚାଷ ପରଖିବାକୁ ଯାଇ ଜଣେ ଯୁବ କୃଷକର ପାଣିରେ ବୁଡି ମୃତ୍ୟୁ ଘଟଣାସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ବାଇଗଣବାଡିଆ ପଂଚାୟତର ଆକନା ଗ୍ରାମର ଶ୍ରୀପତି ରଣାଙ୍କ ସାନପୁଅ ଗୋବିନ୍ଦ ରଣା ଓରଫ ବୁଧିଆ(୨୮) ସୁବର୍ଣ୍ଣରେଖା ନଦୀର ଓପରପଟେ ଥିବା ନିଜର ଚାଷ କ୍ଷେତ ଦେଖିବାକୁ ଯାଇଥିଲେ । ୧୯ ତାରିଖ ଶୁକ୍ରବାର ବେଳଓଳି ଘରୁ ବାହାରି ଯାଇଥିବା ବେଳେ ରାତିସୁଦ୍ଧା ନ ଫେରିବାରୁୁ ପରିବାର ପକ୍ଷରୁ ସମସ୍ତ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଏ ସଂପର୍କରେ ଶନିବାର ନାମ୍ପୋ ଫାଣ୍ଡିରେ ଲିଖିତଭାବେ ଜଣାଇଥିଲା ବେଳେ ଆଜି ରବିବାର ସକାଳ ଗାଁ ପାଖ ନଦୀକୂଳ ଏକ ଡଙ୍ଗା ନିକଟରୁ ତାର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ପୁଲିସ୍ ସହାୟତାରେ ମୃତ ଦେହ ଆଣି ଜି.କେ.ଭଟ୍ଟର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି । ସରଳ ଜୀବନ ବିତାଉଥିବା ଅବିବାହିତ ଗୋବିନ୍ଦ ରଣାର ମୃତ୍ୟରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ : ଭୂପତି ପରିଡା