ଚଳିତ ବର୍ଷ ଏପ୍ରିଲ ପୂର୍ବରୁ କିଣାଯାଇଥିବା ଡିଜେଲ୍ ଗାଡ଼ିର ରେଜିଷ୍ଟ୍ରେସନ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଚଳିତ ବର୍ଷ ଏପ୍ରିଲ ପୂର୍ବରୁ କିଣାଯାଇଥିବା ଡିଜେଲ ଇଞ୍ଜିନ ଗାଡ଼ିଗୁଡିକର ପଞ୍ଜିକରଣ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଏହି ଗାଡିଗୁଡ଼ିକୁ ଦିଲ୍ଲୀ ପୋଲିସ କିମ୍ବା ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ (ଏମସିଡି) କିଣିଥିଲେ ହିଁ ରେଜିଷ୍ଟ୍ରେସନ ହୋଇପାରିବ ବୋଲି କୋର୍ଟ କହିଛନ୍ତି । ଅର୍ଥାତ୍ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କ ପାଇଁ ଲାଭଦାୟକ ହେବ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ ପଞ୍ଜିକରଣ ଆରମ୍ଭ ନ ହେବା ପର୍ଯ୍ୟନ୍ତ ଦିଲ୍ଲୀ ପରିବହନ ବିଭାଗ ଏହି ଯାନଗୁଡିକୁ ଏକ ଅସ୍ଥାୟୀ ପ୍ରମାଣପତ୍ର ପ୍ରଦାନ କରିବା ଉଚିତ୍ । ଏହି ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଛନ୍ତି ଯେ ସ୍ୱତନ୍ତ୍ର ସେବାରେ ବ୍ୟବହୃତ ଡିଜେଲ ଯାନଗୁଡିକ ପାଇଁ ପରିବହନ ବିଭାଗ ଅସ୍ଥାୟୀ ପଞ୍ଜିକରଣ ଦେବା ଉଚିତ୍ । କରୋନା ଭାଇରସ ମହାମାରୀ ପରେ ଏହି ଆଦେଶ ବଦଳାଯିବ ବୋଲି କୋର୍ଟ କହିଛନ୍ତି ।