ଚଳଚ୍ଚିତ୍ର ‘ମାୟାଦର୍ପଣ’ର ଅଡିଓ ରିଲିଜ୍ ଭୁବନେଶ୍ଵରରେ ରଜ ଅବସରରେ ଅନୁଷ୍ଠିତ…

ନୂଆ ଦ୍ୱିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ର ଅଡିଓ ରିଲିଜ୍ ଭୁବନେଶ୍ବର ସ୍ଥିତ ରବିନ୍ଦ୍ର ମଣ୍ଡପର ଠାରେ ରଜ ଅବସରରେ ଅନୁଷ୍ଠିତ ହୋଇଯାଇଛି । ସଂପୂର୍ଣ୍ଣ ଗାଁର ପଟ୍ଟଭୂମିକୁ ନେଇ ଚଳଚିତ୍ରର କାହାଣୀଟିକି ଗତିଶୀଳ । ମହାକାଳ ପ୍ରଡକ୍ସନ ପ୍ରୋୟୋଜିତ ଚଳିଚ୍ଚିତ୍ର ମାୟା ଦର୍ପଣ ହିନ୍ଦି ଓ ଓଡିଆ ଭାଷାରେ ପ୍ରଦର୍ଶିତ ହେବ ବୋଲି ପ୍ରଯୋଜକ ଝରଣା ସାମଲ କହିଛନ୍ତି । ଉଭୟ ଭାଷାରେ ପ୍ରସ୍ତତ ସଂଗୀତକୁ ଲୋକାର୍ପଣ କରିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମହାନଗର ନିଗମ ମେୟର ଶ୍ରୀମତି ସୁଲୋଚନା ଦାସ, ସଂସ୍କତି ବିଭାଗ ସଚିବ ମଧୂସୁଦନ ପାଢୀ, ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପ୍ରଯୋଜକ ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ, କର୍ପୋରେଟର ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜିକା ପ୍ରତିଭା ପଣ୍ଡା , ନିର୍ଦ୍ଦେଶକ ରାଜୀବ ମହାନ୍ତି, ସଂଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା, କଣ୍ଠଶିଳ୍ପୀ ଦିପ୍ତିରେଖା ପାଢି,, ସଂଗ୍ରାମ ମହାନ୍ତି ଯୋଗ ଦେଇଥିଲେ ।ଉଭୟ ଓଡିଆ ଓ ହିନ୍ଦି ଭାଷାରେ ଚଳଚ୍ଚିତ୍ରର ସଂଗୀତ ପ୍ରସ୍ତୁତ ହୋଇଥିବା ବେଳେ ଗୀତ ଗୁଡିକ ଦର୍ଶକଙ୍କ ଦ୍ବାରା ଲୋକାଦୃତ ହୋଇପାରିବ ବୋଲି ଆଶାବାଦୀ ସମସ୍ତେ । ଫିଲ୍ମର ସଂଗୀତ ଦର୍ଶକମାନଙ୍କ ଦ୍ବାରା ଆଦୃତ ହୋଇଥିବା ବେଳେ ଜୁଲାଇ ମାସରେ ପ୍ରଥମ ସପ୍ତାହରେ ସାରା ଦେଶରେ ହିନ୍ଦି ଭାଷାରେ ଓ ଜୁଲାଇ ଶେଷ ସପ୍ତାହରେ ଓଡିଆ ଭାଷାରେ ଓଡିଶାର ବିଭିନ୍ନ ସହରର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଥିଲେ । ଚଳଚ୍ଚିତ୍ର ର ହିନ୍ଦୀ ଭାଷାରେ ଭାଷାରେ ରୂପାନ୍ତର କରିଛନ୍ତି ଉଦୟନ ସୁପରକର।ବହୁ ଦିନ ପରେ ଓଡିଶାରୁ ଜଣେ ପ୍ରଯୋଜକ ଏଭଳି ଦ୍ବିଭାଷୀ ଉ ପ୍ରସ୍ତୁତ କରିବା ଏକ ଦୁଃସାହାସିକ ପଦକ୍ଷେପ ନିଶ୍ଚୟ । ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ପ୍ରତିଭା ପଣ୍ଡା, ଅଙ୍କିତ, ପୂଜା, କୁନା ତ୍ରିପାଠୀ, ଜୀବନ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ରତନ ମେହେର, ଅନନ୍ତ ଦାସ, ମମତା, ସ୍ବାଗତିକା, ସଂଜିତା, ଚକ୍ରଧର, ଶିଶୁକଳାକାର ଅଂଶୁମାନ, ତାପସ, ଭାଗ୍ୟଲକ୍ଷ୍ମୀ, ଶ୍ରେୟାନ୍ସ, ଦିବ୍ୟାଂଶୁ, ପ୍ରମୁଖ ।