ଚଣ୍ଡିମାତା କ୍ଲବ ଦେବକୁମାର ଓ ଜୀବନବିନ୍ଦୁ ମୋ ପରିବାର ଆନୁକୂଲ୍ୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ : ୧୧୬ ୟୁନିଟ ରକ୍ତ ସଂଗ୍ରହ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରକ୍ତ ଏକ ମହତଦାନକୁ ପାଥେୟ କରି ଆଜି ପୂର୍ବାହ୍ନ ୮ ଘଟିକା ସମୟରେ ଚଣ୍ଡିମାତା କ୍ଲବ, ଦେବକୁମାର ଓ ଜୀବନବିନ୍ଦୁ ମୋ ପରିବାର ଆନୁକୂଲ୍ୟରେ ବିଶାଳ ରକ୍ତଦାନ ଶିବିର ଦେବକୁମାର ଚଣ୍ଡୀ ମନ୍ଦିର ସମ୍ମୁଖ ସୁରେନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଜଳେଶ୍ଵର ବିଧାୟକ ଅଶ୍ଵିନୀ କୁମାର ପାତ୍ର ଓ ସମ୍ମାନୀତ ଅତିଥି ଭାବେ ଜଳେଶ୍ଵର ଆଈଆଈସି ପର୍ଶୁରାମ ସାହୁ ମିଳିତ ଭାବେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜଳେଶ୍ଵର ଶିକ୍ଷକ ସଂଘ ସଭାପତି ସୁକୁମାର ମିଶ୍ର, ଜଳେଶ୍ଵର ଜୀବନବିନ୍ଦୁ ସଂଯୋଜକ ମଧୁସୂଦନ ସେନାପତି, ବାଲେଶ୍ୱର ରକ୍ତ ଭଣ୍ଡାରର ଡାକ୍ତର ମହେଶ କୁମାର ବିଶ୍ଵାଳ, ଶ୍ରୀମନ୍ତ ପ୍ରଧାନ, କାର୍ତ୍ତିକ ଜେନା, ଚଣ୍ଡିମାତା କ୍ଲବ ସଭାପତି ଅଶୋକ ବେହେରା, ସମ୍ପାଦକ ରବୀନ୍ଦ୍ର ଦଳାଇ, ଜୟନୁର ଆବେଦିନ, ମାନସ ଜେନା, ରବୀନ୍ଦ୍ର ରାୟ, ରାମଚନ୍ଦ୍ର ଅଧିକାରୀ, ଦେବାଶିଷ ଗିରି, ପ୍ରଧାନ ଶିକ୍ଷକ ପଙ୍କଜ କୁମାର ଗିରି, ମୃତ୍ୟୁଞ୍ଜୟ ଜେନା ପ୍ରମୁଖ ଅତିଥି ମାନେ ସହଯୋଗ କରିଥଲେ । ଏତଦ୍ ବ୍ୟତୀତ ସଙ୍ଘର ସଭ୍ୟ ଶଚିନ୍ଦ୍ର ଦଳାଇ, ବିଜୟ ମାଝୀ, ସନ୍ତୋଷ ବେହେରା, ପଦ୍ମଲୋଚନ ବେହେରା, ମନ୍ମଥ ବେହେରା, ବରେନ୍ଦ୍ର ଦଳାଇ, ବୁଦ୍ଧଦେବ ମାଝୀ, ସୁକୁମାର ଦଳାଇ, ରଞ୍ଜନ ଦଳାଇ, ରାଜେନ୍ଦ୍ର ବେହେରା, ପ୍ରଦୀପ ଦଳାଇ, ସୁରଥ ବେହେରା, ରଞ୍ଜନ ବେହେରା, ଜୟଦେବ ମିର୍ଦ୍ଧା, ଖଗେନ୍ଦ୍ର ବେହେରା ଓ ବିଦୁ ଲୋଚନ ବେହେରା ପ୍ରମୁଖ ଯୁବକ ମାନେ ପରିଚାଳନା କରିଥିଲେ । ଶିବିରରେ ମୋଟ ୧୧୬ ୟୁନିଟ ରକ୍ତ ସଂଗ୍ରହ କରାଯାଇ ବାଲେଶ୍ୱର ରକ୍ତ ଭଣ୍ଡାରକୁ ପଠାଇ ଦିଆଯାଇଛି । ବିଧାୟକ ତାଙ୍କ ବକ୍ତବ୍ୟରେ ରକ୍ତର ଉତ୍କଟ ଅଭାବ ଦେଖା ଦେଇ ଥିବାରୁ,ଏହାକୁ ପୂରଣ କରିବା ପାଇଁ ଆଜିର ଯୁବପିଢ଼ି ମାନଙ୍କ ଦ୍ଵାରା ଏହା କେବଳ ସମ୍ଭବ ହୋଇ ପାରିବ ବୋଲି କହିଥିଲେ ।  

ରିପୋର୍ଟ : ଭୂପତି ପରିଡା