ଚଢ଼ାଉ କରି ବହୁ ପରିମାଣର ଗଞ୍ଜେଇ ଚାଷକୁ ନଷ୍ଟ କଲା ପ୍ରଶାସନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବଡଗଡ଼ ଥାନା ଅନ୍ତର୍ଗତ ଗଉଡଗୋଠ ପେଡିପଦର ଘାଟି ଅଞ୍ଚଳରେ ଲାଗିଥିବା ପ୍ରାୟ ୮୦ ଏକର ଗଞ୍ଜେଇ ଚାଷକୁ ପ୍ରଶାସନ ପକ୍ଷରୁ ନଷ୍ଟ କରାଯାଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ କ୍ରମେ ଶନିବାର ଏକ ସ୍ୱତନ୍ତ୍ର ମିଳିତ ଟିମ ଚଢାଉ କରି ବିପୁଳ ପରିମାଣରେ ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଅବକାରୀ ବିଭାଗର ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ସୂଚନା ଦେଇଛନ୍ତି । ଚଢ଼ାଉରେ ଅବକାରୀ ବିଭାଗ, ପୋଲିସ, ଅବକାରୀ ଗୁଇନ୍ଦା ସଂସ୍ଥା, ସ୍ଥାନୀୟ ତହସିଲଦାର, ବନ ବିଭାଗଙ୍କ ସମେତ ପ୍ରାୟ ତିନି ଶହ କର୍ମଚାରୀ ମିଳିତ ଭାବେ ସାମିଲ ହୋଇଥିଲେ । ସୋରଡ଼ା ବ୍ଲକ ଗୌଡ଼ଗୋଠ ପଞ୍ଚାୟତ ଅଞ୍ଚଳ ସମେତ ବହୁ ସ୍ଥାନରେ କରାଯାଉଥିବା ଏଭଳି ଗଞ୍ଜେଇ ଚାଷକୁ କାଟି ପୋଡି ନଷ୍ଟ କରାଯାଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା