ଘରେ କେଉଁ ଦିଗରେ ନଳକୂପ ଓ ପାଣିଟାଙ୍କି ରହିବା ଉଚିତ୍‌…

(ସମୃଦ୍ଧ ଓଡିଶା) ଜଳି ହିଁ ଜୀବନ । ବିନା ପାଣିରେ ସୃଷ୍ଟିର କଳ୍ପନା ଅସମ୍ଭବ । ଡାକ୍ତରଙ୍କ ମୁତାବକ ସୁସ୍ଥ ଜୀବନଯାପନ ପାଇଁ ଜଣେ ବ୍ୟକ୍ତି ଦିନକୁ ୪ରୁ ୫ ଲିଟର ପାଣି ପିଇବା ଆବଶ୍ୟକ। ତେବେ ଜାଣିଛନ୍ତି, ଏ ପାଣି ସହିତ ବାସ୍ତୁର ମଧ୍ୟ ସଂପର୍କ ରହିଛି । ଅର୍ଥାତ୍ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଜଳଉତ୍ସ ନ ରହିଲେ, ଏହା ଆପଣଙ୍କ ସ୍ୱାସ୍ଥ୍ୟହାନିର କାରଣ ପାଲଟି ଥାଏ । ଘରେ ରୋଗବାଗ ଲାଗି ରହେ । ତେଣୁ ଘରେ ଅବା ବାଡ଼ିରେ କେଉଁଠି ଜଳଉତ୍ସ ରହିଲେ ଭଲ, ତାହା ଜାଣି ନିଅନ୍ତୁ । ତା’ସହିତ ଘରେ କେଉଁଠି ପାଣି ରଖିବା ଉଚିତ୍, ସେ ବିଷୟରେ ବି ଜାଣି ନିଅନ୍ତୁ ।
୧. ରୋଷେଇ ଘରର ଉତ୍ତର-ପୂର୍ବ ଦିଗରେ ପାଣି ରଖନ୍ତୁ । ଏହା ସ୍ୱାସ୍ଥ୍ୟପ୍ରତି ହିତକର ।
୨. ପାଣିର ସ୍ଥାନ ହେଉଛି ଦକ୍ଷିଣ-ପୂର୍ବ ଦିଗ । ତେଣୁ ପାଣି ଟାଙ୍କି ଓ ନଳକୂପ ଆଦି ପୂର୍ବ, ଉତ୍ତର ଅଥବା ପୂର୍ବ-ଉତ୍ତର ଦିଗରେ ରହିବା ଆବଶ୍ୟକ ବୋଲି ବାସ୍ତୁବିତମାନେ ମତ ଦିଅନ୍ତି ।
୩. ଯଦି ପାଣି ପମ୍ପ ବସାଉଛନ୍ତି, ତା’ହେଲେ ଏହାକୁ ପୂର୍ବ ବା ଉତ୍ତର ଦିଗରେ ବସାନ୍ତୁ । ନ ହେଲେ ପୂର୍ବ-ଉତ୍ତର ଦିଗରେ ଏହାକୁ ବସାନ୍ତୁ ।
୪. ଦକ୍ଷିଣ-ପୂର୍ବ, ଉତ୍ତର-ପଶ୍ଚିମ ଅଥବା ଦକ୍ଷିଣ-ପଶ୍ଚିମ ଦିଗରେ କୂଅ, ନଳକୂଅ ଆଦି ଖୋଳନ୍ତୁ ନାହିଁ । ଏଥିପାଇଁ ପୂର୍ବ-ଉତ୍ତର କୋଣ ହିଁ ଉପଯୁକ୍ତ । ଏହାଦ୍ୱାରା ଗୃହର ବାସ୍ତୁ ସନ୍ତୁଳିତ ରହେ ।
୫. ଆଜିକାଲି ସମସ୍ତେ ଘର ଉପରେ ପାଣିଟାଙ୍କି କରୁଛନ୍ତି । ଏହି ଟାଙ୍କି ଘର ଉପରେ ଉତ୍ତର-ପଶ୍ଚିମ କୋଣରେ ରହିବା ଉଚିତ୍ । ଏହାସହ ଟାଙ୍କିର ଉପର ଭାଗ ଗୋଲାକାର ହେବା ଜରୁରୀ ।
୬. ଦକ୍ଷିଣ-ପୂର୍ବ, ଉତ୍ତର-ପଶ୍ଚିମ ଅଥବା ଦକ୍ଷିଣ-ପଶ୍ଚିମ ଦିଗରେ କୂଅ କି ନଳକୂପ ଥିଲେ ଏହାକୁ ବନ୍ଦ କରିଦିଅନ୍ତୁ । ଯଦି ବନ୍ଦ କରିବା ସମ୍ଭବ ନୁହେଁ, ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା