ଗ୍ରେଡ଼ ପେ ବୃଦ୍ଧି ନ କଲେ ଆନ୍ଦୋଳନ ତୀବ୍ର ହେବ !

ଫୁଲବାଣୀ(ସମୃଦ୍ଧ ଓଡିଶା)ଦୀର୍ଘ ଦିନ ଧରି ରାଜ୍ୟରେ କାର୍ଯ୍ୟରତ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ଭିତିରେ ଗ୍ରେଡ଼ ପେ ୪,୨୦୦ କୁ ବାରମ୍ବାର ଦାବିକରି ଆସୁଥିଲେ ସୁଦ୍ଧା ସେମାନଙ୍କ ଦାବୀ ପୂରଣ ନ ହେବାରୁ କିମ୍ବା ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଏହାର ପ୍ରତିବାଦରେ ଓଡିଶା ଆମଲା ମଞ୍ଚର ସଭାପତି ଜ୍ଞାନ ରଞ୍ଜନ ଦାସଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଜ଼ିଲ୍ଲା ମିଳିତ ଆମଲା ମଞ୍ଚର ଅଧ୍ୟକ୍ଷଙ୍କ ନେତୃତ୍ୱରେ କନ୍ଧମାଳ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନତଥା ଗଣଧାରଣା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଆମଲା ଚାକିରୀ ସର୍ତ୍ତାବଳି ଅନୁସାରେ ଗ୍ରାଜୁଏସନ ସହ କମ୍ପୁଟର ଶିକ୍ଷା ବାଧ୍ୟ୍ୟବଧକତା କରିଥିବାରୁ ଆମେ କୁଶଳୀ କର୍ମୀ ଭାବେ ନିଯୁକ୍ତି ପାଇଛୁ। ଅଫିସ କାର୍ଯ୍ୟ ସହ ଜରୁରୀ କାଳୀନ ସେବା ମଧ୍ୟ କରୁଛୁ ଓ ବନ୍ୟା ଭଳି ଆପତ୍ତ କାଳୀନ ପରିସ୍ଥିତିରେ କାର୍ଯ୍ୟ କରିଆସୁଛୁ ତଥାପି ସରକାର ଆମ କଥା ବୁଝୁ ନାହାନ୍ତି ବୋଲି ଆମକୁ ଦୁଃଖ ଲାଗୁଛି ବୋଲି ଧାରଣାରତ କର୍ମଚାରୀମାନେ କହିଛନ୍ତି । ତେଣୁ ପିଠିକୁ ମାରି ପେଟକୁ ଦାନା ଦିଅନ୍ତୁ ବୋଲି ଦାବିକରି ସେମାନଙ୍କ ଗ୍ରେଡ଼ ପେ ୧,୯୦୦ ରୁ  ୪,୨୦୦ ବୃଦ୍ଧି କରିବାକୁ କନ୍ଧମାଳ ଜ଼ିଲ୍ଲା ମିଳିତ ଆମଲାମଞ୍ଚର ଅଧ୍ୟକ୍ଷ ଦେବେନ୍ଦ୍ର ପାତ୍ର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଯଦି ସରକାର ଆମର ଏହି ଦାବିକୁ ଯଥା ଶୀଘ୍ର  ପୂରଣ ନ କରନ୍ତି ତାହାହେଲେ ରାଜ୍ୟ ବ୍ୟାପି ଅର୍ନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟି ସହ ରାଜ୍ୟ ବ୍ୟାପି ବିଶାଳ ଆନ୍ଦୋଳନ କରାଯିବ ବୋଲି ମଞ୍ଚର ଆବାହକ ସୁବ୍ରତ କୁମାର ମହାନ୍ତି ଓ ଅଶୋକ କୁମାର ଗୌଡ଼ଙ୍କ ସମେତ ବହୁସଂଖ୍ୟାରେ ଆମଲା କର୍ମଚାରୀ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କୁ ସଚେତନ କରିବାକୁ ଅନୁରୋଧ କରିଛନ୍ତି ।

ରିପୋର୍ଟ : ପ୍ରଭାତ କୁମାର ବେହେରା