ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆଖୁଆପାଳ ଗାଁ କଲ୍ୟାଣ ସମିତି ପକ୍ଷରୁ ମଶାରି ବଣ୍ଟନ…

ଢେଙ୍କାନାଳ/ପରଜଙ୍ଗ (ସମୃଦ୍ଧ ଓଡିଶା) ଆଜି ଆଖୁଆପାଳ ଗ୍ରାମ ପଞ୍ଚାୟତର କଲୋନୀ ନମ୍ବର ୩ କୋଠଘର ଠାରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆଖୁଆପାଳ ଗାଁ କଲ୍ୟାଣ ସମିତି ପକ୍ଷରୁ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଯୋଗଦାନ କରି ମଶାରି ବଣ୍ଟନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି କହିଥିଲେ l  ଏହାସହ ସେ କହିଥିଲେ ଯେ, ଆପଣମାନେ ପରିବେଶକୁ ସବୁବେଳେ ପରିଷ୍କାର ରଖନ୍ତୁ ଯାହା ଫଳରେ ମଶା, ମାଛି ସଂଖ୍ୟା ହ୍ରାସ ପାଇବ ଏବଂ ଶୋଇବା ସମୟରେ ସବୁବେଳେ ମଶାରି ବ୍ୟବହାର କରନ୍ତୁ l ରାଜ୍ୟ ସରକାରଙ୍କ ପକ୍ଷରୁ ସବୁବେଳେ ଆପଣ ମାନଙ୍କ ପାଇଁ ଲୋକାଭିମୁଖୀ ଜନକଲ୍ୟାଣ କାର୍ଯ୍ୟ ଜାରି ରହୁଅଛି l ଏହାର ଆପଣ ମାନେ ଭରପୁର ସୁଯୋଗ ନିଅନ୍ତୁ ଏବଂ ରାଜ୍ୟ ସରକାରଙ୍କୁ ସହଯୋଗ କରନ୍ତୁ l ଏହି ଭଳି କାର୍ଯ୍ୟକ୍ରମ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ସ୍ୱାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ଚିକିତ୍ସା ଅଧିକାରୀ, ପରଜଙ୍ଗ ବିଡ଼ିଓ ବସନ୍ତ କୁମାର ମଲ୍ଲିକ, ଆଖୁଆପାଳ ସରପଞ୍ଚ ପ୍ରଦୀପ କୁମାର ବେହେରା ଏବଂ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ l