ଗୋଲିଆ ଗଣ୍ଡଗୋଳ ମାମଲା : ପୁଣି ୫ ଗିରଫ…

ବୁଗୁଡା (ସମୃଦ୍ଧ ଓଡିଶା) ଗତ ଅଗଷ୍ଟ ୧୪ ତାରିଖରେ ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଗୁଳିକାଣ୍ଡ ଘଟି ଦୁଇଜଣ ଆହତ ହୋଇ କଟକ ଓ ବ୍ରହ୍ମପୁରରେ ଚିକିତ୍ସା ହେଉଛନ୍ତି । ଏହି ମାମଲାରେ ଅଗଷ୍ଟ ୧୭ ତାରିଖରେ ପୋଲିସ ୧୦ ଜଣଙ୍କୁ ଗିରଫ କରି ଥିବା ବେଳେ ୧୮ ତାରି ଖରେ ପୁଣି ୬ ଜଣଙ୍କୁ ଗିରଫ କରିଥିଲେ । ଆଜି ଅଗଷ୍ଟ ୨୦ ତାରିଖରେ ପୁଣି ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ୨୨୩/୨୦ କେଶ ପ୍ରକାରେ ଜିତେନ୍ଦ୍ର ଓଝା ଓ ନଣ୍ଡା ଗୌଡ଼ । ସେହିପରି କେଶ ନଂ ୨୨୪/୨୦ ପ୍ରକାରେ ହରି ପ୍ରଧାନ, ବନମାଳୀ ସ୍ଵାଇଁ ଓ ସୁଶାନ୍ତ କୁମାର ଜେନା । ଗୋଲିଆ ଗଣ୍ଡଗୋଳ ମାମଲାରେ ବର୍ତ୍ତମାନକୁ ମିଶାଇ ମୋଟ ୨୧ ଜଣ ଗିରଫଙ୍କୁ ଗିରଫ କରାଯାଇଛି ।

ରିପୋର୍ଟ  : ଡ଼ଃ କୁମୁଦ ଚନ୍ଦ୍ର ବେହେରା