ଗୋରୁ ଗାଈଙ୍କୁ ସେବା କରି ପ୍ରଶଂସନୀୟ ହୋଇଥିବା ଜଣେ ବ୍ୟକ୍ତିର କାହାଣୀ…

“ସେବା ହିଁ ପରମ ଧର୍ମ, ସେବା ହିଁ ଈଶ୍ୱର” । ସେବା ହିଁ ଆମର ପରମ ଧର୍ମ । ସ୍ୱୟଂ ଭଗବାନ୍ କୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଉପାସନାର ବର୍ଣ୍ଣନା ଅନେକ । ଆମର ମୂଳ ମହା ମନ୍ତ୍ର ହେଲା ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ l ହରେ ରାମ ହରେ ରାମ ରାମ ରାମ ହରେ ହରେ l ଭଗବାନ ଶ୍ରୀକୃଷ୍ଣ ଦ୍ଵାପର ଯୁଗରେ ମାନବ ସମାଜରେ ଜନ୍ମ ଗ୍ରହଣ କରି ଆମର ଗୋ ମାତାକୁ ସେବା କରୁଥିଲେ, ଆଜି ମଧ୍ୟ ମାନବ ସମାଜରେ ଗାଁରେ କିବା ସହରରେ ଜନ୍ମ ଗ୍ରହଣ କରି ଗାଈ ଗୋରୁଙ୍କୁ ନିଜ ଘରେ, ବାହାରେ ନିଜକୁ ସେବା କାର୍ଯ୍ୟରେ ନିୟୋଜିତ କରିବା ଉଚିତ୍ ମନେ କରନ୍ତୁ । ଭାରତର ପ୍ରଥା ପରଂପରା ଅଖଣ୍ଡତାକୁ ମନେ ପକାଇବା ଏବଂ ଆମର ଗୋ ମାତା ସେବାକୁ ଗୁରୁତ୍ୱ ଦେଇ ବଞ୍ଚାଇ ରଖିବା । ଗାଈ ଗୋରୁ ଲାଳନ ପାଳନ ଏକ କଠୋର ସମସ୍ୟା ବୋଲି ମୁହଁ ଫେରାଇ ନ ନେବା ପାଇଁ ଆମର ସଭ୍ୟ ସମାଜର ସମସ୍ତ ଯୁବ ବର୍ଗଙ୍କୁ ଏହି ସମାଜସେବୀ ଅନୁରୋଧ କରିଛନ୍ତି । ସ୍ଵୟଂ ଶ୍ରୀକୃଷ୍ଣ ଦର୍ଶାଇଛନ୍ତି ଯେ ଗୋମାତାର ଲାଳନପାଳନ କଲେ ମାନବ ସୁସଜୀବନ ଓ ଦୀର୍ଘୟୁ ଜୀବନ ଲାଭ କରିଥାଏ । ଭରଣ ପୋଷଣ କରୁଥିବାରୁ ଗୋମାତାକୁ ବିଶ୍ଵର ମାତା କୁହାଯାଏ । ଦେଶର ଆଧାର ହେଉଛି ଗ୍ରାମ । ଗ୍ରାମର ଆଧାର ହେଉଛି କୃଷକ । କୃଷକର ଆଧାର ହେଉଛି ଗୋବଂଶ । ତେଣୁ ଗୋବଂଶ ଉପରେ ଦେଶର ଆର୍ଥିକ ପ୍ରଗତି ନିର୍ଭର କରିଥାଏ । ଏହି ଗୋ ମାତା ଠାରୁ ଆମେ ଅନେକ ଉପକାର ପାଇଥାଉ । ମା’ ବର୍ଷ ଦୁଇବର୍ଷ କ୍ଷୀର ଦେଇ ଆମଠାରୁ ସାର ଜୀବନ ସେବା ପାଇବା ପାଇଁ ଆଶା ରଖେ । କିନ୍ତୁ କେବଳ ଘାସ ବା ଚାରକୁ ଛାଡ଼ିଦେଲେ ଗୋମାତା, ଆମ ଠାରୁ ଅନ୍ୟ କୌଣସି ସେବା ଲୋଡ଼େ ନାହିଁ । ମା’ ବେମାର ହେଲେ ଆମେ ତାହାର ସେବାକରୁ । କିନ୍ତୁ ଗୋମାତା ସାର ଜୀବନ ତ କେବଳ ଆମର ସେବା କରେନାହି ବରଂ ସେ ମରିବା ପରେ ଆମେ ତାହାର ଚମଡ଼ା, ହାଡ଼, ଶିଙ୍ଗ ଇତ୍ୟାଦିରୁ ବହୁତ ଲାଭ ପାଇଥାଉ । ଗୋରୁଙ୍କର ପ୍ରତ୍ୟେକ ଅଂଶ ମାନବର ଅର୍ଥନୈତିକ ଉନ୍ନତିରେ ସାହାଯ୍ୟ କରେ । ଗୋଦୁଗ୍ଧ ମନୁଷ୍ୟକୁ ଶକ୍ତି, ବଳ ଓ ସାତ୍ମିକ ବୃଦ୍ଧି ପ୍ରଦାନ କରେ । ଗୋବର ଓ ଗୋମୂତ୍ର କ୍ଷେତକୁ । ଉର୍ବର କରି ଶସ୍ୟ ଉତ୍ପାଦନରେ ସାହାଯ୍ୟ କରେ । ଗୋବର ଓ ଗୋରୁର ମୂତ୍ରରୁ ଉତ୍ପନ୍ନ ଖାତ ସହିତ କିଛି ସମାନ ହୋଇପାରିବ ନାହିଁ। ଗୋରୁର କ୍ଷୀର ଆବାଳ- ବୃଦ୍ଧବନିତାଙ୍କ ପାଇଁ ବେଶ୍ ଉପଯୋଗୀ । ଏଥିସହିତ ଗୋବର ଓ ଗୋମୂତ୍ର ବିଭିନ୍ନ ଔଷଧୀୟ କାର୍ଯ୍ୟରେ ବ୍ୟବହାର ହେବା ସହିତ ବିଭିନ୍ନ ଜୈବିକ କୀଟନାଶକ ଔଷଧ ଭାବେ ଶଯ୍ୟକୁ ବିଭିନ୍ନ କୀଟ ପତଙ୍ଗ ଦାଉରୁ ରକ୍ଷା କରେ । ଗୋମାତାର ଆଖିରେ ଲୁହ ପରିବର୍ତ୍ତେ ରକ୍ତର ଧାର ନିୟୁତ ହେଉଅଛି । ଯଥାର୍ଥରେ ସନ୍ଥକବି ଭୀମଭୋଇ କହିଥିଲେ-ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖି ଦେଖି କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ଆଜି ମାନବ ସମାଜ ସମଗ୍ର ଜୀବଜଗତ ପ୍ରତି ଜାଣତରେ ହେଉ ବା ଅଜାଣତରେ ହେଉ, ଯେଉଁ ଅନ୍ୟାୟ ଅତ୍ୟାଚାର ପ୍ରଦର୍ଶନ କରି ଚାଲିଛି, ତାହାର ଭୟାବହ ପରିଣତି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମାଧମରେ ଆମକୁ ଉପଲବ୍ଧି କରିବାକୁ ହେଉଛି ଓ ହେବ । ତେଣୁ ଗୋମାତାର ସୁରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା