ଗୋବର୍ଦ୍ଧନପୁରରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ : ୬୬ ୟୁନିଟ ରକ୍ତ ସଂଗ୍ରହ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଓଡ଼ିଶାରେ ରକ୍ତର ଅଭାବକୁ ପୂରଣ କରିବା ନିମନ୍ତେ ଜଳେଶ୍ଵର ବ୍ଲକ ଅଧିନସ୍ଥ କୋଟସାହି ଗ୍ରାମ ପଞ୍ଚାୟତ ଅଧିନସ୍ଥ  ଗୋବର୍ଦ୍ଧନପୁର ଗ୍ରାମରେ ଏକ ଛାମୁଆ ସଙ୍ଗଠନ”ଉତ୍କଳ ଜନନୀ ସେବା ସଙ୍ଗଠନ” ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଗୋବର୍ଦ୍ଧନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଖିଳେଶ୍ୱର ଯୁବକ ସଙ୍ଘ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ହେମନ୍ତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ଵରର ଡାକ୍ତର ମହେଶ କୁମାର ବିଶ୍ବାଳ ଓ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ ମିଳିତ ଭାବେ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଜିଲ୍ଲା ରକ୍ତଦାତା ସଂଘର ସାଙ୍ଗଠନିକ ସମ୍ପାଦକ ମନୋରଞ୍ଜନ ଦାସ, ସତ୍ୟବ୍ରତ ପ୍ରଧାନ ଓ ଲକ୍ଷ୍ମୀଧର ବାରିକ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରୁ ମୋଟ ୬୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସଙ୍ଗଠନର ସମ୍ପାଦକ ସତ୍ୟବ୍ରତ ପଣ୍ଡା, ଉପଦେଷ୍ଟା ଗଗନ ବିହାରୀ ସାହୁ ଗଣେଶ ଜେନା, ଉମେଶ ଜେନା, ଗୌରବ ବେହେରା, ମମତା ଜେନା, ବବିତା ଜେନା ସତ୍ୟ ଜେନା, ଗୌତମ ଜେନା, ଶ୍ରୀତମ ଜେନା, ପ୍ରଭାକର ନାଥ, ଜିତାଂଶୁ ନାଥ, ସାର୍ଥକ ଜେନା, ପାପା, ସାନୁ, ବଳଭଦ୍ର, ନିକୁ, ଶୁଭଶ୍ରୀ, କିରଣ, ସତ୍ୟରଞ୍ଜନ, ଶୁଭେନ୍ଦୁ, ବ୍ରଜଗୋପାଳ, କେଶବ, ରଂଜିତ, ଧରଣୀ, ରଂଜିତ, ବିନୋଦ, ଚନ୍ଦନ, ପିଙ୍କୁ, ସିପୁ, ସୀତାରାମ, ଆଦି ସମସ୍ତେ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ସଂଗଠନର ଏତାଦୃଶ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।