ଗୋପ କ୍ଲଷ୍ଟର ସ୍ତରୀୟ ପ୍ରଧାନ ଶିକ୍ଷକ ସମୀକ୍ଷା ବୈଠକ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ୍ ଅନ୍ତର୍ଗତ ଗୋପ ଯତୀନ୍ଦ୍ର ନାଥ ନୋଡାଲ ଉ.ପ୍ରା ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ପ୍ରଧାନ ଶିକ୍ଷକ ସମୀକ୍ଷା ବୈଠକ ଅନୁଷ୍ଠିତ । ଏହି ସମୀକ୍ଷା ବୈଠକରେ ମୂଖ୍ୟ ଅତିଥି ଭାବେ ଜଳେଶ୍ଵର ଗୋଷ୍ଠୀ ଶିକ୍ଷାଧିକାରୀ ବିରଞ୍ଜନ ଦାସ ମହାପାତ୍ର ଉପସ୍ଥିତ ହୋଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶାନ୍ତ କୁମାର ଜେନା, ଅଜୟ କୁମାର ଜେନା, ଲକ୍ଷ୍ମଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣକୃଷ୍ଣ ଗିରି ପ୍ରମୁଖ ସମୀକ୍ଷକ ଭାବେ ଉପସ୍ଥିତ ହୋଇଥିଲେ । ବୈଠକ ଆରମ୍ଭରେ ସିଆରସିସି ସୁବେଶ ପ୍ରଧାନ ମଞ୍ଚ ଆହ୍ବାନ କରିଥିବା ବେଳେ ବିଆରସିସି ଲଲାଟେନ୍ଦୁ ଜେନା ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଓ ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ଦାସ ପରିଚୟ ପ୍ରଦାନ କରିଥିବା ବେଳେ ଗୋପ ଯତୀନ୍ଦ୍ର ନାଥ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳଲୋଚନ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥଲେ । ଏହି ସମୀକ୍ଷା ବୈଠକରେ ଗୋପ କ୍ଲଷ୍ଟର ଅଧିନରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ମୋଟ ୧୯ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସମୀକ୍ଷା ବୈଠକରେ ଭାଗ ନେଇଥିଲେ ଏବଂ ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଓ ଅନ୍ୟ ଅତିଥି ମାନଙ୍କୁ ପୁଷ୍ପ ଗୋଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।