ଗୋପାଳପୁର ବନ୍ଦର ଶ୍ରମିକଙ୍କୁ ସବୁଦିନିଆ କାମ ଯୋଗାଇ ଦେବା ଦାବି କରି ବିକ୍ଷୋଭ ପ୍ରଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୋପାଳପୁର ବନ୍ଦର ସମସ୍ତ ତାଲିକା ଯୁକ୍ତ ଶ୍ରମିମାନଙ୍କୁ ବର୍ଷ ସାରା କାମ ଯୋଗାଇ ଦେବା ଦାବିରେ ଆଜି ଗୋପାଳପୁର ପୋର୍ଟ ସୁପରଭାଇଜର ଆଣ୍ଡ ୱାର୍କ୍ସ ୟୁନିଅନ AITUC ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବନ୍ଦର କର୍ତ୍ତୁପକ୍ଷ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଶ୍ରମିକମାନଙ୍କୁ ସବୁଦିନିଆ କାମ ଯୋଗାଇବାରେ ବିଫଳ ହୋଇଥିବାରୁ ତୀବ୍ର ସମାଲୋଚନା କରିଥିଲେ । ଏହାସହ ଆଗାମୀ ୧ ସପ୍ତାହ ମଧ୍ୟରେ ଗୋପାଳପୁର ପୋର୍ଟ ଶ୍ରମିକମାନଙ୍କୁ ସବୁଦିଆ କାମ ଯୋଗଇ ଦେବା ମୂର୍ତ ବୟସ୍କ ତଥା ଅସମର୍ଥ ଶ୍ରମିକ ମାନଙ୍କ ପରିବାରର ସଦସ୍ୟକୁ କାମ ଦେବା ଏବଂ ପୋର୍ଟ ପରିସରରେ ଚାଲିଥିବା ନିର୍ମାଣ ଚାଲିଥିବା ଶ୍ରମିକ ମାନଙ୍କୁ ଅଗ୍ରାଧିକାର ଦାବିରେ ମାର୍ଚ୍ଚ ମାସ ୩ ଠାରୁ ଲଗାତାର ଭାବେ ଜିଲ୍ଲାପାଳଙ୍କ ଅଫିସ ଅଗରେ ଧାରଣା ଦେବା ପାଇଁ ଚେତାବନୀ ଦେଇଥିଲେ । ଏହି ବିକ୍ଷୋଭରେ ସୁପରଭାଇଜର ଆଣ୍ଡ ୱେକସ ୟୁନିୟନ ସଭାପତି ପ୍ରଶାନ୍ତ ପାଟ୍ଟଜୋଷି, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ସିଆଇଟିୟୁ ନେତା ଯୁଧିଷ୍ଟିର ବେହେରା, ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ଜିଲ୍ଲା ସଭପତି ଦଣ୍ଡପାଣି ସାମଲ, ଯୁବ ନେତା ପ୍ରଦୀପ ସେଠୀ, ଶ୍ରମିକ ନେତା ହରିହର ପାତ୍ର, ଅଳକାନାଥ ମିଶ୍ର, କାମଦେବ ନାହାକ, ଦଇତାରୀ ରେଡ୍ଡୀ, ବୈରାଗୀ ରେଡ୍ଡୀ, ମାଗୁଣି ବିଷୋୟୀ, ଚାୟକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।