ଗୋପାଳପୁର ପୋର୍ଟ ସୁପରଭାଇଜର ଏଣ୍ଡ୍ ୱାର୍କରସ୍ ୟୁନିୟନର ତ୍ରିପାକ୍ଷିକ ଆଲୋଚନା…

ଛତ୍ରପୁର (ସମୃଦ୍ଧ ଓଡିଶା) ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋପାଳପୁର ପୋର୍ଟ ସୁପରଭାଇଜର ଏଣ୍ଡ୍ ୱାର୍କରସ୍ ୟୁନିୟନ, ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ବନ୍ଦର କର୍ତ୍ତୃପକ୍ଷ କ୍ରମାନ୍ୱୟରେ ଆଗାମୀ ୧୫ ଦିନ ମଧ୍ୟରେ ସୁପରଭାଇଜର ଏଣ୍ଡ୍ ୱର୍କରସ୍ ୟୁନିୟନର ଶ୍ରମିକମାନଙ୍କୁ କାମ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏଣୁ ଆସନ୍ତା ବୁଧବାର ଦିନ ଥିବା ଧାରଣାକୁ ସ୍ଥଗିତ ରଖାଯାଇଥିବା ଜଣାଯାଇଛି ଏବଂ ୧୫ ଦିନ ପରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ୟୁନିୟନ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ୟୁନିୟନର ସଭାପତି ପ୍ରଶାନ୍ତ କୁମାର ପାଟ୍ଟଯୋଶୀ, ଉପ ସଭାପତି ପ୍ରଦୀପ କୁମାର ସେଠୀ, ସମ୍ପାଦକ ବି ବୈରାଗୀ ରେଡ୍ଡୀ, କୋଷାଧ୍ୟକ୍ଷ ରାମେଶ୍ବର ନାୟକ, ବରିଷ୍ଠ ଆଇନଜୀବି ଗୋକୁଳ ଚନ୍ଦ୍ର ପଣ୍ଡା, କାମଦେବ ନାହାକ, ମାଗୁଣି ବିଷୋୟୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।