ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ : ୩୦ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ଅବସରରେ ଜଳେଶ୍ୱର ସାମ୍ବାଦିକ ବୃନ୍ଦଙ୍କ ପକ୍ଷରୁ ଶୋଭା କଲ୍ୟାଣ ମଣ୍ଡପଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ପୌର ଅଧିକାରୀ ଅଜୟ କୁମାର ମହାପାତ୍ର ଓ ରକ୍ତ ଭଣ୍ଡାରର ଡାକ୍ତର ବିଜୟ କୁମାର ଉପାଧ୍ୟାୟ ମିଳିତଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଡ. ରମାକାନ୍ତ ଭଞ୍ଜ, ସୁନିଲ ନାୟକ, ଚନ୍ଦ୍ରମୋହନ ରାଉଳ, ମନୋରଞ୍ଜନ ଦାସ, ମଧୁ ସୂଦନ ଦତ୍ତପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରାଜେଶ ପ୍ରଧାନ, ମନୋଜ ଭୂୟାଁ, ସତ୍ୟବ୍ରତ ପ୍ରଧାନ, ଗୌରଗୋପାଳ ସେନ୍‌, ଦୁର୍ଗାଶଙ୍କର ଗିରି, ସଂଜୟ ଦାସ, ଦୀନବନ୍ଧୁ ପ୍ରଧାନ, ଦିଲ୍ଲୀପ ଦାସ, ରଂଜନ ବେହେରା, ଅଜିତ୍ ସାହୁ, ସେକ୍ ଅପସର ଅଲ୍ଲି, ଆଶିଷ ଗିରି, ଅଜୟ ଚକ୍ରବର୍ତ୍ତୀ, ଅରୁଣ ଜେନା, ପ୍ରଦୀପ ଜେନା, ଗୌରୀଶଂକର ମହାନ୍ତି, ରବିନାରାୟଣ ପାତ୍ର, ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମେ ଆଇ ହେଲ୍ପ ୟୁ ଓ ଉତ୍କଳ ଜନନୀର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ରିପୋର୍ଟ : ଭୂପତି ପରିଡା