ଗୃହହୀନ ଜମିହୀନ ପରିବାରଙ୍କୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପଟ୍ଟା ପ୍ରଦାନ ପାଇଁ ଦାବି…

ଛତ୍ରପୁର (ସମୃଦ୍ଧ ଓଡିଶା) ଗୃହହୀନ ଜମିହୀନ ପରିବାରଙ୍କୁ ଜମି ପଟ୍ଟା ପ୍ରଦାନ ନିମନ୍ତେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ତୁରନ୍ତ ପଟ୍ଟା ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ସୂଚନମୁତାବକ ବ୍ରହ୍ମପୁର ତହସିଲ ଅନ୍ତର୍ଗତ ହରିଡ଼ାଖଣ୍ଡି ମୌଜାରେ ଦୀର୍ଘ ୬୦ବର୍ଷରୁ ଉର୍ଦ୍ଧ୍ବ ହେଲା ବସତି ସ୍ଥାପନ କରିଥିବା ଉତ୍ତରମୁଖୀ ସାହିର ୧୭୨ଟି ଗୃହହୀନ, ଜମିହୀନ ହରିଜନ ପରିବାରକୁ ଆଜି ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଇନାହିଁ ବୋଲି ଅଭିଯୋଗ କରାଯାଇଛି । ଏହାସହ ବାରମ୍ବାର ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଜଣାଯାଇଥିଲେ ମଧ୍ୟ ଜମି ପଟ୍ଟା ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରାଯାଇ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅମୀୟ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି ବୋଲି ଭାରତୀୟ ବିକାଶ ପରିଷଦର ସମ୍ପାଦକ କହିଛନ୍ତି । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ରଶ୍ମି ରଂଜନ, ରାଜ୍ୟ ସମ୍ପାଦକ ରାଜେନ୍ଦ୍ର ଦଳ ବେହେରା, ଉପସଭାପତି ଇ.ରାଜେନ୍ଦ୍ର ପ୍ରସାଦ ଓ ବୃନ୍ଧାବନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା