ଗୁରୁ ଦିବସ ପାଳନରେ ଦେଖିବାକୁ ମିଳିଛି ଅଭିନବ ଗୁରୁ ଶିଶ୍ୟ ସମ୍ପର୍କର ପବିତ୍ର ମୁହୂର୍ତ୍ତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ସ୍ଥିତ ରାଜପୁର ପଞ୍ଚାୟତର ରାଜପୁର ହାଇ ସ୍କୁଲରେ ଏକ ଅଭିନବ ଗୁରୁ ଶିଶ୍ୟ ସମ୍ପର୍କର ପବିତ୍ର ମୁହୂର୍ତ୍ତ ଦେଖିବାକୁ ମିଳିଥିଲା । ଯିଏ ଆମ ଜୀବନରୁ ଅନ୍ଧକାର ଦୂର କରି ଆଲୋକର ବର୍ଷା କରିଥାନ୍ତି ସେ ମହାନ ଗୁରୁଙ୍କ ପାଇଁ ଆଜିର ଦିନଟି । ଗୁରୁଙ୍କୁ ଭଗବାନଙ୍କ ସହ ତୁଳନା କରାଯାଏ, ଗୁରୁଙ୍କ ଆଶୀର୍ବାଦରେ ଗୋଟେ ଛାତ୍ର ଅଶେଷ ଜ୍ଞାନ ଓ ସନ୍ମାନର ଅଧିକାରୀ ହୋଇଥାଏ । ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ତିଥିକୁ ଆମେ ଗୁରୁଦିବସ ଭାବେ ପାଳନ କରିଥାଉ । ଆଜି ଏକ ପବିତ୍ର ଓ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜମ୍ ବ୍ଲକ୍ ସ୍ଥିତ ରାଜପୁର ହାଇ ସ୍କୁଲରେ ଛାତ୍ରଛାତ୍ରୀମାନେ ଶ୍ରୀ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋରେ ପୁଷ୍ପମାଳା ଅର୍ପଣ କରିବା ସହ ଗୁରୁଙ୍କୁ ବନ୍ଦନା କରି କାର୍ଯ୍ୟକ୍ରମ ଆରମ୍ବ କରିଥିଲେ ଏବଂ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ତରାଇ, ସଂସ୍କୃତ ଶିକ୍ଷକ ଉମା ଶଙ୍କର ପୁରୋହିତ, ପୂର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ୟ, ବିଜ୍ଞାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଦାସ, ଗଣିତ ଶିକ୍ଷକ ଅରୁଣ ପାତ୍ର, ହିନ୍ଦୀ ଶିକ୍ଷକ ପ୍ରଶାନ୍ତ ବାରିକ, ରବିନ୍ଦ୍ର ଗୌଡ଼, କ୍ରୀଡା ଓ ଏନସିସି ଶିକ୍ଷକ ସୁରେଶ୍ ପାତ୍ର ଏବଂ ସ୍କୁଲର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଜୀବନରେ ଉତ୍ତମ ମଣିଷଟି ହୋଇ ସଫଳତା ପାଇବାର ଶିକ୍ଷା ଦେଇନଥିଲେ । ସଭା ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇ ସଭା ସମାପ୍ତ କରାଯଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା