ଗୀତମ(GIMSR) ହସ୍ପିଟାଲ ଓ ଆନ୍ଧ୍ର ମେଡିକାଲ କଲେଜ ହସ୍ପିଟାଲ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ବିଶାଖାପାଟଣାରେ ଥିବା ଗୀତମ(GIMSR) ହସ୍ପିଟାଲ କରୋନା ସଂକ୍ରମିତ ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା କରି ଆସୁଥିବାରୁ କରୋନା ଯୋଦ୍ଧା ହିସାବରେ ସମ୍ମାନିତ କରାଯାଇଛି l ଭାରତୀୟ ନୌସେନା ବାହିନୀ ଗୀତମ ହସ୍ପିଟାଲ ଓ କର୍ମଚାରୀ ମାନଙ୍କ ଉପରେ ଆକାଶ ମାର୍ଗରୁ ପୁଷ୍ପ ବର୍ଷା କରି କରୋନା ଯୋଦ୍ଧା ହିସାବରେ ସମ୍ବର୍ଦ୍ଧିତ କରିଛି l ଏଥିସହ ଆନ୍ଧ୍ର ମେଡିକାଲକୁ ସମ୍ବର୍ଦ୍ଧିତ କରାଯାଇଛି l ଏହି ହସ୍ପିଟାଲ ଗୁଡିକରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀମାନେ ନିଜ ଜୀବନକୁ ପାଣି ଛଡାଇ କରୋନା ରୋଗୀ ମାନଙ୍କୁ ଚିକିତ୍ସା କରିଥିବାରୁ ଭାରତୀୟ ନୌସେନା ବାହିନୀ ସେମାନଙ୍କୁ କୃତଜ୍ଞତା ଜଣାଇବା ସହ ଭାରତ ସରକାରଙ୍କ ପକ୍ଷରୁ ପୁଷ୍ପ ବର୍ଷା କରି ସମ୍ବର୍ଦ୍ଧିତ କରିଛନ୍ତି l

ରିପୋର୍ଟ : ସୁମିତ ପଟ୍ଟନାୟକ