ଗାଡିଚୋର ଧରିବାକୁ ମୟୂରଭଞ୍ଜ ପୋଲିସ୍ ଜଳେଶ୍ୱରରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମୟୂରଭଂଜ ଜିଲାର ବଡସାହି ଥାନା ଅଂଚଳର ଏକ ବାଇକ୍‌ଚୋରୀ ରାକେଟ୍ ସଂକ୍ରିୟ ଥିବା ବେଳେ ସେହି ଗୋଷ୍ଠୀ ଏକ ବାଇକ୍‌କୁ ବାଲେଶ୍ୱର ଜିଲାର ଜଳେଶ୍ୱରର ଅଂଚଳରେ ବିକ୍ରିକରିଥିବା ବହସାହି ଥାନା ପୋଲିସ୍ ଅନୁସନ୍ଧାନରୁ ଜାଣିପାରିଛି । ଏହି ରାକେଟ୍‌ର ମାଷ୍ଟମାଇଣ୍ଡକୁ ବଡସାହି ପୋଲିସ୍ ଧରିପାରିଥିବା ବେଳେ ତାକୁ ନେଇ ଜଳେଶ୍ୱର ଥାନା ଅନ୍ତର୍ଗତ କେତେକ ସ୍ଥାନରେ ଚଡାଉ ଆରମ୍ଭ କରିଛି । ଜଳେଶ୍ୱର ପୋଲିସ୍‌ର ସହାୟତାରେ ଏହି ଚଢାଉ କାର୍ଯ୍ୟ ଚାଲିଥିବା ବେଳେ ଜଳେଶ୍ୱର ଅଂଚଳକୁ କେତୋଟି ଗାଡି ଆସିଛି, ସେଥିନେଇ ତଦନ୍ତ ଚାଲିଛି ।