ଗଣେଶ ପୂଜା ପାଇଁ ପ୍ରସ୍ତୁତି ଜୋରଦାର : ବିଭିନ୍ନ ଢଙ୍ଗର ମୂର୍ତ୍ତି ନିର୍ମାଣରେ ଭାସୁଛି ସହର …

ଦିଗପହଣ୍ଡିି,(ସମୃଦ୍ଧ ଓଡିଶା )ପ୍ରତିବର୍ଷ ପରି ଚଲିତ ବର୍ଷ ମଧ୍ୟ ଦିଗପହଣ୍ଡି ସହରରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେବାକୁ ଯାଉଛି ଶ୍ରୀ ଗଣେଶ ମହୋତ୍ସବ । ଆସନ୍ତା ସେପ୍ଟେମ୍ବର ୨ ଅର୍ଥାତ୍ ଭାଦ୍ରବ ଶୁଳ୍କ ଚତୁର୍ଥୀ ତିଥିରେ ସହରରେ ଅଗ୍ରପୂଜ୍ୟ ବିନାୟକଙ୍କ ମହୋତ୍ସବ ପାଳିତ ହେବ । ଏଥିପାଇଁ ନିକଟସ୍ଥ ରତ୍ନେଶ୍ୱରୀ ପୀଠ ପରିସରରେ ବଜାର ସାହି ଗଣେଶ ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨ରେ ଗଙ୍ଗାଆବାହନ ପୂଜାରମ୍ଭ କରାଯିବା ପରେ ୫ ଦିନ ଧରି ମହୋତ୍ସବ ଚାଲିବ ବୋଲି ଜାଣିବାକୁ ମିଳିଛି । ସେପ୍ଟେମ୍ବର ୮ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ଜଣାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନେତ୍ରୀ ତଥା ସଙ୍ଗୀତକାର ଅସୀମା ପଣ୍ଡା ଏବଂ ତାଙ୍କ ଟ୍ରୁଫ୍ ଦ୍ୱାରା ପରିବେଷଣ କରାଯିବ ବୋଲି ଜାଣିବାକୁ ମିଳିଛି । ଶିଳ୍ପୀ ଉଜ୍ଜଳ ଦାସଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ ଚାଲିଥିବା ବେଳେ ପ୍ରାୟ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଉଛି । ହାତଗଣତି ମାତ୍ର କିଛି ଦିନ ରହିଥିବାରୁ ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ଜୋର୍ଦାର୍ ଚାଲିଛି । ଚଳିତ ବର୍ଷ ଗତ ବର୍ଷ ଠାରୁ ମଧ୍ୟ ଅଧିକ ଆକର୍ଷଣୀୟ ତୋରଣ ଆଲୋକମାଳା ଆଦି ସୁସଜ୍ଜିତ କରାଯିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ଜାଣିବାକୁ ମିଳିଛି । ବଜାର ସାହି ଗାନ୍ଧୀ ଛକ ଠାରେ ପ୍ରତିବର୍ଷ ଭଳି ଶ୍ରୀ ଗଣେଶଙ୍କ ମହୋତ୍ସବ କାର୍ଯ୍ୟକ୍ରମ ଆଦି ସମ୍ପାଦିତ ହେବାକୁ ଥିବା ବେଳେ ଦେଖଣାହାରୀ ମାନଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସହରର ଅଞ୍ଚଳ କଲୋନୀ ସମେତ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆଦି ଆରମ୍ଭ ହୋଇଯାଇଥିବା ବେଳେ ପ୍ରତିକୂଳ ଜଳବାୟୁ ପାଇଁ ବାଧା ଉପୁଜିଥିବା ଜାଣିବାକୁ ମିଳିଛି । ସେହିପରି ମହାନଳା ବଡମଣ୍ଡପ ସାହି ଠାରେ ଶ୍ରୀ ଗଣେଶ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ୩୭ତମ ମହୋତ୍ସବ ପାଳନ କରାଯାଉଥିବା ବେଳେ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜାଣିବାକୁ ମିଳିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା