ଗଞ୍ଜେଇ ସହିତ ଏକାଧିକ କେଶରେ ଜଡ଼ିତ ପ୍ରଦୀପକୁ ଗିରଫ କଲା ପୋଲିସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୋଲିସର ପେଟ୍ରୋଲିଙ୍ଗ ଚାଲୁଥିବା ସମୟରେ ଏକ ନମ୍ବର ବିହୀନ ସୁଜୁକି ବାଇକରୁ ୩୧ କେଜି ଗଂଜେଇ ସହ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ବଡ଼ବଜାର ପୋଲିସ । ସୂଚନା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସହର ବଜାର ଗହଳିକୁ ଦୃଷ୍ଟିରେ ରଖି ବଡ଼ବଜାର ଥାନା ପକ୍ଷରୁ ପେଟ୍ରୋଲିଙ୍ଗ ଦାୟିତ୍ୱରେ ଥିବା ଆଇ.ଆଇ.ସି ପ୍ରଶାନ୍ତି ଭୂପତି, ଏ.ଏସ.ଆଇ ଅନନ୍ତ ଶବର ଓ ଟିମ ବିଭିନ୍ନ ଜାଗାରେ ଯାଞ୍ଚ କରୁଥିବା ସମୟରେ ଲାଠି ରୋଡ଼ ନିକଟସ୍ଥ ମାଁ କୂରେସୁଣୀ ମନ୍ଦିର ପାଖରେ ଏକ ନମ୍ବର ପାଖରେ ଏକ ନମ୍ବର ବିହୀନ ସୁଜିକି ଗାଡ଼ିକୁ ଅଟକାଇ ଥିଲା । ପୋଲିସ ସେହି ଗାଡ଼ିରୁ ୩୧ କେଜି ଗଂଜେଇ ଜବତ କରିବା ସହ ଅଭିଯୁକ୍ତ ପ୍ରଦୀପ ସାହୁ(୨୬)କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ପ୍ରଦୀପ ସାହୁ ପୂର୍ବରୁ ଏକାଧିକ କେଶରେ ଜଡିତ ଅଛି । ଏ ନେଇ ତନାଘନା କରୁଛନ୍ତି ବଡ଼ବଜାର ଥାନା ଏସ.ଆଇ ଅର୍ଜୁନ ଜେନା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା