ଗଞ୍ଜାମ ପ୍ଳମ୍ବର ଏସୋସିଏସନ ସମ୍ପାଦକଙ୍କ ପରଲୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ପ୍ଳମ୍ବର ଏସୋସିଏସନ ସମ୍ପାଦକ ଲକ୍ଷ୍ମୀନାରାୟଣ ପ୍ରଧାନଙ୍କ ପରଲୋକ ଘଟି ଯାଇଛି । ଗତକାଲି ରାତିରେ ସେ ଏମକେସିଜି ମେଡିକାଲ କଲେଜ ଆଇସିୟୁରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଶ୍ରୀ ପ୍ରଧାନ ସମ୍ପାଦକ ଭାବରେ ପ୍ଳମ୍ବର ମାନଙ୍କର କଲ୍ୟାଣ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ । ସେ ଜଣେ ପରୋପକାର, ମେଳାପି ଓ ସମାଜସେବୀ ଥିଲେ । ତାଙ୍କରି ଵିୟୋଗରେ ଏସୋସିଏସନ ସଭାପତି ସୁଶାନ୍ତ କୁମାର ସାବତ, ରାଜ୍ୟ ଶ୍ରମିକ କଲ୍ୟାଣ ଵୋର୍ଡର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଉପଦେଷ୍ଟା ପ୍ରମୋଦ ସାହୁଙ୍କ ସମେତ ଏସୋସିଏସନର ବିକ୍ରମ ସାହୁ, ସୁବାଷ ଚନ୍ଦ୍ର ଦାସ, ପିତବାସ ସାମନ୍ତରା, ଆନନ୍ଦ ସାହୁ, କୃଷ୍ଣମୂର୍ତିଙ୍କ ସମେତ ବହୁ ସଦସ୍ୟ ଶୋକ ପ୍ରକାଶ କରିଛନ୍ତି ।