ଗଞ୍ଜାମ ଥାନା ପରିଦର୍ଶନ କଲେ ପୋଲିସ ମହାନିର୍ଦ୍ଦେଶକ…

ବ୍ରହ୍ମପୁର (ସମୃଦ୍ଧ ଓଡ଼ିଆ) ଗଞ୍ଜାମ ଜିଲ୍ଲା ଗ୍ରସ୍ତ କରି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଓ ଏଡିଜେ ଯଶବନ୍ତ ଜେଠୱା ଗଞ୍ଜାମ ଥାନା ପରିଦର୍ଶନ କରିଛନ୍ତି । ଏହି ସମୟରେ ପରିଦର୍ଶନ ସମୟରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଉପସ୍ଥିତ ଥିଲେ । ଏହି ଅବସରରେ ମହାମାରୀ କରୋନା କୋଭିଡ ସ୍ଥିତିର ସମୀକ୍ଷା କରିଥିଲେ । ଥାନାରେ ଆବଶ୍ୟକୀୟ ଷ୍ଟାପ ଅଛନ୍ତି କି ନାହିଁ ଥାନା ଅଧିକାରୀ ଦିଲିପ କୁମାର ସାହୁଙ୍କୁ ପଚାରି ବୁଝିଥିଲେ । ନିଜେ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟକୁ ସଚେତନ କରିବାକୁ ଦୁଇ ବରିଷ୍ଟ ଅଧିକାରୀ ଏହି ସମୟରେ ଏସଆଇ ଅଜିତ ପରିଡା, ନାରାୟଣ କଅଁର, ତ୍ରିନାଥ ପଟ୍ଟନାୟକ, ବିଜୟ ନାୟକ ପ୍ରମୁଖଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ ।