ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଉଦୀୟମାନ କ୍ରିକେଟ ଖେଳାଳିଙ୍କୁ ନ୍ୟାୟ ଦାବିରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଉଦୀୟମାନ କ୍ରିକେଟ ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କୁ ନ୍ୟାୟ ଦାବିରେ ଏକ ପ୍ରତିବାଦ ସଭା ବ୍ରହ୍ମପୁର କୋର୍ଟପେଟା ଛକ ନିକଟରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଓସିଏର ଚୟନ ପ୍ରକିୟା ଚାଲିଥିବା ସମୟରେ ରାଜଶ୍ରୀ କାକଟପୁରରୁ କଟକ ଆସିଥିଲେ । ସେଠାରେ ସେ ଜାଣିବାକୁ ପାଇଥିଲେ ଏଥିରେ ଟଙ୍କା ଦିଆନିଆ ଚାଲିଛି ଏବଂ ଏହି ବିଷୟରେ ସେ କେତେଜଣଙ୍କୁ କହିଥିଲେ ମଧ୍ୟ । ଏହାପରେ ସେ ରହୁଥିବା ଲର୍ଜିଂ ଠାରୁ ୭ କିଲୋମିଟର ଦୂର ଏକ ଜଙ୍ଗଲରେ ସନ୍ଦେହ ଜନକ ଅବସ୍ଥାରେ ରାଜଶ୍ରୀର ଝୁଲନ୍ତା ଶବ ପୁଲିସକୁ ମିଳିଥିଲା । ରାଜ୍ୟ ରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି । ଏହି ହତ୍ୟା ଘଟଣାର ତୁରନ୍ତ ସିବିଆଇ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯାଉ । ଏହି ବିକ୍ଷୋଭ ସଭା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ରତ୍ନଗର୍ଭା ସରସ୍ଵତୀଙ୍କ ନେତୃତ୍ୱରେ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକା ଶ୍ରୀମତୀ ବବିତା ପାତ୍ର ଉପସ୍ଥିତ ରହିବା ସହ ଜିଲ୍ଲା ସାଧାରଣ ସମ୍ପାଦକା ବର୍ଷା ବିଦୂଶ୍ମିତା ପାଳ, କୋର୍ପୋରେଟର ସବିତା ସାହୁ, କୋର୍ପୋରେଟର ବନିତା ସାହୁ, ସନ୍ତୋଷିନୀ ସାହୁ, ସବିତା ନାୟକ, ସୁବାସ ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ଗୋପୀନାଥ ପଣ୍ଡା, ଶିବ ଶଙ୍କର ନାୟକ, କୃଷ୍ଣ ଚୈଧୁରୀ, ରାମ ପାତ୍ର, ଇ. ମାତୃ ପ୍ରସାଦ, ରବିନ୍ଦ୍ର ସାହୁ, ଆକାଶ ଗୈଡ, କିରଣ ସାହୁଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।