ଗଞ୍ଜାମ ଜିଲ୍ଲା ମତ୍ସ୍ୟଜିବି ନୂଆ କର୍ମକର୍ତ୍ତା ଗଠିତ

ଚିକିଟି-ଗଞ୍ଜାମ ଜିଲ୍ଲା 33 ଟି ଗ୍ରାମ ର ମତ୍ସ୍ୟଜୀବୀ ମାନଙ୍କ ସାମୁହିକ ସମସ୍ୟାର ସମାଧାନ ନିମନ୍ତେ ନୂତନ ଭାବେ କର୍ମକର୍ତ୍ତା ବୁଧବାର ଗଠନ କରାଯାଇଛି।ବି. କିଟେଷୁ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ମାର୍କଣ୍ଡି ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳରେ ଡକାଯାଇ ସର୍ବସମ୍ମତି କ୍ରମେ କର୍ମକର୍ତ୍ତା ଚୟନ ହୋଇଛି।ସଭାପତି ରୂପେ ଏଲ. ଭୋଗିରାଜୁ,ଉପ ସଭାପତି ଏମ. ବେତାଳ, ସାଧାରଣ ସମ୍ପାଦକ ସି .ଏଚ ବାବାଜୀ, ଯୁଗ୍ମ ସମ୍ପାଦକ ରୂପେ ସି.ଏଚ.ପୋତେୟା ଓ ଏ .ସନ୍ୟାସୀ, ଏବଂ କୋଷାଧ୍ୟକ୍ଷ ରୂପେ ଏନ. ଜଗା ରାଓ ଙ୍କୁ ଚୟନ ହୋଇଛି। ଅନ୍ୟ ପକ୍ଷରେ ବିଭିନ୍ନ ଆନୁସଙ୍ଗିକ ସମସ୍ୟା ଉପରେ ଆଲୋଚନା କରି ଜିଲ୍ଲାରେ 5 ଟି ସବୁଦିନିଆ ପୋତାଶ୍ରୟ ସାଙ୍ଗକୁ ସମୁଦ୍ର ଉପକୂଳ ଗ୍ରାମ୍ୟ ଜଙ୍ଗଲ ଗୁଡିକୁ ସ୍ଥାନୀୟ ମତ୍ସ୍ୟଜୀବୀ ଙ୍କୁ ସମ୍ପୂର୍ଣ୍ଣ ଅଧିକାର ଦିଆଯିବା ନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ ନେଇ ନିଷ୍ପତ୍ତି ହୋଇଥିଲା।ବୈଠକରେ ଜିଲ୍ଲାରେ ରହିଥିବା 33 ଟି ଗ୍ରାମ ର ମତ୍ସ୍ୟଜୀବୀ ମାନଙ୍କ ସ୍ଥାନୀୟ ସମସ୍ୟା ର ବିକଳ୍ପ ଭାବେ ପ୍ରତି ଗ୍ରାମ ରେ 3 ଜଣ ଲେଖାଏଁ ସଭ୍ୟ ମଧ୍ୟ ଚୟନ ହୋଇଛି।ସରକାର ଙ୍କ ଶହ ସମସ୍ତ ସମସ୍ୟା ଓ ସରକାର ଙ୍କ ପ୍ରଦତ୍ତ ସୁବିଧା ଉପଲବ୍ଧି ନେଇ ଏବଂ ମତ୍ସ୍ୟଜୀବୀ ଙ୍କ ବିକାଶ ରେ ସଙ୍ଘ ଆଗେଇ ଯିବ ବୋଲି ନୂଆ ସଭାପତି ଭୋଗୀରାଜୁ ପ୍ରକାଶ କରିଛନ୍ତି।

ରିପୋର୍ଟ:ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା