ଗଞ୍ଜାମ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କ ଖ୍ରୀଷ୍ଟିଆନ ମିଶନାରୀଙ୍କୁ ଅନୁଦାନ ପ୍ରଦାନ ବିରୁଦ୍ଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କ ଖ୍ରୀଷ୍ଟିଆନ ମିଶନାରୀଙ୍କୁ ଅନୁଦାନ ପ୍ରଦାନ ବିରୁଦ୍ଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିଭିନ୍ନ ଖ୍ରୀଷ୍ଟିଆନ ମିଶନାରୀ ସଂସ୍ଥା ବିଦେଶରୁ ଆର୍ଥିକ ସହାୟତା ଗ୍ରହଣ କରି ବନବାସୀ କ୍ଷେତ୍ରରେ ଧର୍ମାନ୍ତରୀକରଣ କରିବା ତଥା ରାଷ୍ଟ୍ର ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାର ସୁଚନା ପ୍ରକାରେ କେନ୍ଦ୍ର ସରକାର ବିଦେଶରୁ ଆର୍ଥିକ ସାହାଯ୍ୟ ବନ୍ଦ କରିବା ସଙ୍ଗେ ସଙ୍ଗେ ସନ୍ଦେହ ଘେରରେ ଥିବା ମିଶନାରୀମାନଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଓଡିଶା ହିନ୍ଦୁ ବହୁଳ ରାଜ୍ୟ ହେବା ସତ୍ବେ ଓଡିଶା ସରକାର ହିନ୍ଦୁ ସମାଜର ଭାବନାକୁ ଆଘାତ କରି ମିଶନାରୀମାନଙ୍କ ଦେଶ ବିରୋଧୀ କାର୍ଯ୍ୟକୁ ପରୋକ୍ଷରେ ସମର୍ଥନ କରିଆସୁଛନ୍ତି । ପୂଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନିର୍ମମ ହତ୍ୟାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନକରି ମିଶନାରୀମାନଙ୍କୁ ସହାୟତା ପ୍ରଦାନ କରିବା କାର୍ଯ୍ୟକୁ ବିଶ୍ୱହିନ୍ଦୁ ପରିଷଦ ଦୃଢ ନିନ୍ଦା କରିଛନ୍ତି ଏବଂ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ପୂର୍ବକ ରାଜ୍ୟ ସରକାରଙ୍କ ସମ୍ବିଧାନ ବିରୋଧୀ କାର୍ଯ୍ୟକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଆଜିର ଏହି ସ୍ମାରକପତ୍ର ପ୍ରଦାନ ବେଳେ ବିଶ୍ବହିନ୍ଦୁ ପରିଷର ବିଭାଗ ସଭାପତି ଇଂ ଅଶୋକ କୁମାର ପାଳ, ସମ୍ପାଦକ ଅରୁଣ ପ୍ରସାଦ ପାଢୀ, ପ୍ରାନ୍ତ ମଠମନ୍ଦିର ପ୍ରମୁଖ ରମାକାନ୍ତ ରଥ, ଜିଲ୍ଲା ସଭାପତି ଡା.ଭବାନୀ ଶଙ୍କର ଦାଶ, ସମ୍ପାଦକ ଗୋପାଳ କୃଷ୍ଣ ସ୍ୱାଇଁ, ନଗର ସଭାପତି କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ବଜରଙ୍ଗ ଦଳ ସଂଯୋଜକ ବାଳକୃଷ୍ଣ ରେଡ୍ଡୀ, ମହନ୍ତ ହରିହର ଦାଶ ଜୀ ମହାରାଜ ସମାଜସେବୀ ପ୍ରସନ୍ନ ଛୋଟରାୟ, ସନ୍ତୋଷ କୁମାର ସାହୁ, ସୁରେଶ ଚନ୍ଦ୍ର ବିଶୋୟୀ, ବନବିହାରୀ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା