ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ବର୍ଦ୍ଧିତ ଗୃହ ଟିକସ ପ୍ରତ୍ୟାହାର ଦାବି ନେଇ ପ୍ରତିବାଦ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମର ବର୍ଦ୍ଧିତ ଗୃହ ଟିକସକୁ ନେଇ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି l ବ୍ରହ୍ମପୁର ମହାନଗର ନିଗମ ବର୍ଦ୍ଧିତ ଗୃହ ଟିକସ ତୁରନ୍ତ ପ୍ରତ୍ୟାହାର ଓ ସାଧାରଣ ଲୋକଙ୍କ ଠାରୁ ୟୁଜର୍ସ ପି ନାଁରେ ପ୍ରତ୍ୟେକ ଘରୁ ୩୦ ଟଙ୍କା ଆଦାୟ ପୂର୍ବରୁ ଗୃହ ଟିକସ ବୃଦ୍ଧି ସମୟରେ ଲୋକଙ୍କର ମତକୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ବର୍ତ୍ତମାନ ପ୍ରଶାସନିକ ଅଧିକାରୀ ମାନେ କୌଣସି କଥାକୁ ଭୃକ୍ଷେପ ନ କରି ବିନା ଜନଶୁଣାଣିରେ ନିଜ ମନ ଇଚ୍ଛା ଭାବେ ତିନି ଗୁଣାରୁ ଅଧିକ ଟିକସ ବୃଦ୍ଧି କରିଛନ୍ତି ବୋଲି ଅଭିଯୋଗ କରାଯିବା ସହ ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେପି ପକ୍ଷରୁ କୁହାଯାଇଛି l ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ବ ଦେବା ବଦଳରେ ଲୋକମାନଙ୍କ ଧ୍ୟାନ ବାଟେଇବା ପାଇଁ ଟଙ୍କା ଆଦାୟ କରିବା ଅତି ନିନ୍ଦନୀୟ, ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛନ୍ତି ବ୍ରହ୍ମପୁର ଲୋକସଭା ପାର୍ଥି ଭୃଗୁ ବକ୍ସି ପାତ୍ର l ଭୁବେନଶ୍ବରରେ ବୃଦ୍ଧି ଘର ଟିକସକୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟାହାର କରିଥିବା ବେଳେ ନିଜ ଜିଲ୍ଲାକୁ ଅଣଦେଖା କରିବା ଅନୁଚିତ ଏବଂ ୭ଦିନ ମଧ୍ୟରେ ତୁରନ୍ତ ଦାବି କାର୍ଯ୍ୟକାରୀ ନ ହେଲେ ୨୫ ତାରିଖ ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛନ୍ତି ଜିଲ୍ଲା ବିଜେପିର ପୂର୍ବତନ ସଭାପତି କାହ୍ନୁ ଚରଣ ପତି l ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ବିଏମସି କମିଶନର ସିଦ୍ଧେଶ୍ୱର ବନ୍ଦରଙ୍କୁ ପ୍ରଦାନ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ସହ ବହୁ ବିଜେପି କର୍ମୀ ଅଂଶ ଗ୍ରହଣ କରିଥିଲେ l