ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ଏସଓପି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ଏସଓପି । ଏହା ଦେଶରେ କିଛି ରାଜ୍ୟରେ କୋରୋନାରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିବା ପରେ ଜାରି କରାଯାଇଥିବା ଜଣାପଡିଛି । ସୂଚନା ଯେ, ଧାର୍ମିକ ଅନୁଷ୍ଠାନ, ବଜାର, ବିଭିନ୍ନ ଅନୁଷ୍ଠାନରେ କୋଭିଡର କଡା ନିୟମ ଲାଗୁ ହେବା ସହ ସରକାରୀ କାର୍ଯ୍ୟାଳୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ଜିଲ୍ଲାର ସମସ୍ତ ବ୍ଳକ, ତହସିଲ, ଏନଏସି ଗୁଡିକରେ ମାସ୍କ ଚେକିଂ ପଏଣ୍ଟ କରାଯିବ । ସ୍ଥାନୀୟ ଥାନା ଅଧିକାରୀଙ୍କ ସହାୟତାରେ ବିଡିଓ ଓ ତହସିଲଦାର ମାସ୍କ ଯାଞ୍ଚ କରିବେ । ଆଶା, ଅଙ୍ଗନୱାଡି, ଏଏନଏମ୍ କୋରୋନା ସନ୍ଦିଗ୍ଧ ମାନଙ୍କୁ ଚିହ୍ନଟ ସହ କୋଭିଡ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀ ମାନେ କୋଭିଡ କଟକଣା ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । କୋରନା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜବାଜ ଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ କୋଭିଡ ପଞ୍ଚସୂତ୍ର ନିୟମକୁ ପାଳନ କରିବା ପାଇଁ ଲେଟର ଟୁ ଅପିଲ ସବୁ ଦୋକାନୀ ମାନଙ୍କୁ ବାଣ୍ଟିବେ ବୋଲି ଜଣାପଡିଛି ।