ଗଞ୍ଜାମ ଜିଲ୍ଲା ଗସ୍ତ କରି କୋଭିଡ଼ ସ୍ଥିତି ସମୀକ୍ଷା କଲେ ପୋଲିସ୍ ଡିଜି ଅଭୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାରା ରାଜ୍ୟରେ କରୋନା ମହାମାରୀର ଦ୍ଵିତୀୟ ଲହରୀ ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରି କରାଯାଇଥିବା ବେଳେ ଆଜି ପୋଲିସ୍ ଡିଜି ଅଭୟ ଗଞ୍ଜାମ ଜିଲ୍ଲା ଗସ୍ତ କରି କୋଭିଡ଼ ସ୍ଥିତି ଉପରେ ସମୀକ୍ଷା କରିଥିବା ସୂଚନା ମିଳିଛି । ଏହାସହ ଉଭୟ ଗଞ୍ଜାମ ଓ ବ୍ରହ୍ମପୁରର କୋଭିଡ ପରିଚାଳନା ସନ୍ତୋଷ ଜନକ ରହିଛି ବୋଲି ସେ କହିଛନ୍ତି । ଏହାପରେ ଉଭୟ ଏସପିଙ୍କୁ ସେ ସାଧୁବାଦ୍ ଜଣାଇଥିଲେ । ପୋଲିସ କର୍ମଚାରୀଙ୍କ ଦାୟିତ୍ଵକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଲୋକମାନେ ସର୍ବଦା ସତର୍କ ରହିବାକୁ ସେ କହିଛନ୍ତି । ଘରୁ ବାହାରିଲେ ମାସ୍କ୍ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ବାହାର ରାଜ୍ୟର ଲୋକଙ୍କ ପ୍ରବେଶ ପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ସେ କହିଛନ୍ତି ।