ଗଜପତି ପ୍ରେସ-କ୍ଳବ୍ ଉଦଘାଟିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ପରିସରରେ ଆଜି ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନଙ୍କ ଗଜପତି ପ୍ରେସ-କ୍ଳବ୍ ଉଦଘାଟିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରିବନ୍ କାଟି “ଗଜପତି ପ୍ରେସ କ୍ଳବ୍” କୋଠାର ଶୁଭ ଉଦଘାଟନ କରିଥିଲେ । ପରେ ଆୟୋଜିତ ଉଦଘାଟନୀ ସଭାରେ ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀଙ୍କ ସଭାପତିତ୍ବରେ ଉଦଘାଟକ ତଥା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ସାମ୍ବାଦିକଙ୍କ ସରକାର, ପ୍ରଶାସନିକ ଓ ସମାଜରେ ଏକ ସ୍ୱତନ୍ତ୍ର ସମ୍ମାନ ଓ ମର୍ଯ୍ୟାଦା ରହିଛି । ସାମ୍ବାଦିକ ମାନେ ସମାଜର ଏକ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବା ସହ ପ୍ରଶାସନକୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସୁରାକ ଯୋଗାଇବାରେ ସହଯୋଗ କରିଥାନ୍ତି । ତେଣୁ ସେହି ସବୁ ସମ୍ମାନ ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ସାମ୍ବାଦିକ ମାନେ ସବୁବେଳେ ନିରପେକ୍ଷ ଓ ସତ୍ୟ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଡିଏମ୍: ସଂଗ୍ରାମ ଶେଖର ପଣ୍ଡା, ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଭାରାପ୍ରାପ୍ର ପୌର ନିର୍ବାହୀ ଅଧିକାରୀ ନଟବର ଗରଡ଼ା ଏବଂ ବରିଷ୍ଠ ସାମ୍ବାଦିକ ଦ୍ୱିଜେନ୍ଦ୍ର ନାଥ ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ସାମ୍ବାଦିକ ମାନଙ୍କ କର୍ତ୍ତବ୍ୟ ଓ ସମାଜ ପାଇଁ ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ତାରିଣୀ ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ବହୁ ପ୍ରତିକ୍ଷିତ ଦୀର୍ଘ ଦିନ’ର ଅଭିଳାଷ ଆଜି ଜିଲ୍ଲା ପ୍ରଶାସନ ସହଯୋଗ କ୍ରମେ ପାରଳା ପୌର-ପରିଷଦ’ର ସହଯୋଗ ଫଳରେ ଗଜପତି ପ୍ରେସ କ୍ଳବ୍ ହେବା ସମ୍ଭବ ହୋଇଥିବା ଯୋଗୁଁ ଏଥିପାଇଁ ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନ ପକ୍ଷ’ରୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ଏଡିଏମ୍: ସଂଗ୍ରାମ ଶେଖର ପଣ୍ଡା, ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଭାରାପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ନଟବର ଗରଡ଼ାଙ୍କୁ ଭୂୟସୀ ପ୍ରଶଂସା କରାଯିବା ସହ ସାଧୁବାଦ୍ ଜ୍ଞାପନ କରାଯାଇଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା