ଗଙ୍ଗାଧର ମେହେର ଜଳସେଚନ ଏକ ମରିଚିକା : ନିର୍ବାଚନ ବେଳେ ନବୀନ ବାବୁ ମନେ ପକାନ୍ତି…

ପଦ୍ମପୁର (ସମୃଦ୍ଧ ଓଡିଶା) ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଏକ ମରିଚିକା, ଓଡିଶା ବାସୀଙ୍କୁ ଚମକା ଦେଇ ଭୋଟ ହାସଲ କରିବାରେ ବିଜୁ ଜନତା ଦଳ ସିଦ୍ଧହସ୍ତ । ନିର୍ବାଚନ ସମୟରେ କେବଳ ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେରଙ୍କୁ ମନେ ପକାନ୍ତି ବୋଲି ପଦ୍ମପୁରର ପୂର୍ବତନ ବିଧାୟକ ତଥା ବିଜେପି ଓଡିଶା କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛନ୍ତି । ୨୦୧୮ ମସିହା ଫେବୃୟାରୀ ମାସରେ ବିଜେପୁର ବିଧାୟକ ସ୍ୱର୍ଗତ ସୁବଳ ସାହୁ ଦେହାନ୍ତ ପରେ ଗତ ୨୦୧୮ ମସିହା ଫେବୃୟାରୀ ମାସରେ ବିଜେପୁର ଉପନିର୍ବାଚନରେ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ତର ବରିଆ ଗତ ୨୩ -୧୦-୨୦୨୭ ବର୍ଷ ରେ କ୍ଯାବିନେଟ ମିଟିଙ୍ଗରେ” ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ”କୁ ଅନୁମୋଦିତ କରି ଏଥି ପାଇଁ ୧୩୪୦ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚର ବ୍ୟୟ ଅଟକଳ କରାଯାଇଥିଲା । ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବାର ଲକ୍ଷ ଧାର୍ଯ୍ୟ ରଖି ୨୦୧୮-୧୯ ରାଜ୍ୟ ବଜେଟରେ ୨ଶହ କୋଟି ଓ ୨୦୧୯-୨୦ ରାଜ୍ୟ ବଜେଟରେ ୧ ଶହ କୋଟିର ବ୍ୟବସ୍ଥା ସରକାର କରିଥିଲେ । ବିଜେପୁର ଠାରେ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାପନ କରି ୭ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ୩ ବର୍ଷ ଭିତରେ ୩ ଶହ କୋଟିରୁ ୩ ଟଙ୍କା ମଧ୍ୟ ଖର୍ଚ୍ଚ ହେଲା ନାହିଁ ଓ ବିଜେପୁରରେ ସ୍ଥାପିତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ ତାଳା ପଡିଲା । ଆସନ୍ତା ପଞ୍ଚାୟତ ନିର୍ବାଚନ ଓ ନଗର ପାଳିକା ନିର୍ବାଚନ ସମୟରେ ପୁଣି ଥରେ ବିଜେପୁର ଭୋଟରମାନଙ୍କୁ ଚକମା ଦେବା ପାଇଁ ନବୀନ ବାବୁ ଏ ନୁଆ ରୁପ ଦେଖାଉଛନ୍ତି ବୋଲି ଶ୍ରୀ ପୁରୋହିତ ମତ ଦେଇଛନ୍ତି । ବିଜୁ ଜନତା ଦଳ ଭୋଟରଙ୍କୁ ପ୍ରଭାବିତ କରିବାର ଏ ବହୁରୂପୀ ଚରିତ୍ରକୁ ଓଡିଶା ବାସୀ ଠିକ୍ ଭାବେ ବୁଝି ସାରିଲେଣି । ୨୦୧୮ ମସିହା ଉପ ନିର୍ବାଚନ ସମୟରେ ପରେ ୨ଟି ନିର୍ବାଚନ ବେଳେ ବିଜେପୁରର ବିକାଶର ଦାୟିତ୍ବ ମୋର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯେଉଁ ଘୋଷଣା କରିଥିଲେ, ଗତ ୩ ବର୍ଷ ଭିତରେ ବିଜେପୁର ନିର୍ବାଚନ ମଣ୍ଡଳୀର କଣ କଣ ବିକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦେବାର ସମୟ ଆସିଛି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି ।

ରିପୋର୍ଟ – ନିରୋଜ କୁମାର ପାଣୀ