ଖବର କାଗଜ ବିତରକଙ୍କୁ ଚାଉଳ ବସ୍ତା ବଣ୍ଟନ କଲା ନଗର କଂଗ୍ରେସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଆହ୍ୱାନ କ୍ରମେ ଓଡିଶା କୃଷକ କଂଗ୍ରେସ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶ ଓ ନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟଙ୍କ ତତ୍ୱବଧାନରେ ଚାଉଳ ବସ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ବ୍ରହ୍ମପୁର ନଗର କଂଗ୍ରେସ ପକ୍ଷରୁ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଅନେକ ଲୋକ ଏବେ ଜୀବିକା ହରାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନର ପରିସ୍ଥିତିରେ ପେପର ବିକ୍ରି କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ପେପର ହକର ମାନଙ୍କ ଅବସ୍ଥା ମଧ୍ୟ ଶୋଚନୀୟ । ଏଭଳି ପରିସ୍ଥିତିରେ ସେମାନଙ୍କୁ ସହଯୋଗ କରିବା ଲାଗି କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଇ ଚାଉଳ ବଣ୍ଟନ କରାଯାଇଛି । ବ୍ରହ୍ମପୁର ସହରର ୧୦୦ରୁ ଉର୍ଦ୍ଧ୍ବ ପେପର ହକରଙ୍କୁ ଆଜି ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ କଂଗ୍ରେସ ପକ୍ଷରୁ ଗୋଟିଏ ଲେଖାଏଁ ଚାଉଳ ବସ୍ତା ବଣ୍ଟନ କରାଯାଇଥିଲା । ଏଥିରେ ଏସ. ଦଣ୍ଡପାଣି ପାତ୍ର, ବିକାଶ ନାୟକ, ସୁଜିତ କୁମାର ଦାସ, ଭୂଷି ବାବୁ, ବସନ୍ତ ପଟ୍ଟନାୟକ, ଏସ. ସୁଜାତା, ବିକି ନାୟକ, ଗାଙ୍ଗୁଲି ମୁଖୀ, ଜିତେନ ବଡ଼ତ୍ୟା, ସୁରେଶଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି କୋଭିଡ କଟକଣା ମାନି ଚାଉଳ ବସ୍ତା ବଣ୍ଟନରେ ସହଯୋଗ କରିଥିଲେ ।