ଖଣ୍ଡଗିରିମେଳାର ଆଜି ଶେଷ ରାତି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଉ ମାତ୍ର ଗୋଟିଏ ରାତି ପରେ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପଡିବ ପୂର୍ଣ୍ଣଛେଦ । ତେବେ କୌଣସି ଯାତ୍ରା ପାର୍ଟି ନିଜର ଯାତ୍ରା ବଦଳାଇ ନାହାନ୍ତି । ଇତିମଧ୍ୟରେ ୧୨ଟି ଯାତ୍ରା ଦଳ ଯୋଗ ଦେଇଥିବା ବେଳେ ୧୩ଟି ନାଟକ ମଞ୍ଚସ୍ଥ ହୋଇଛି । ଯାହା କି ଚଳିତ ବର୍ଷ ପାଇଁ ଏକ ରେକର୍ଡ । ଗତ ୫ ତାରିଖରୁ ୨ଟି ଯାତ୍ରା ଦଳରୁ ଆରମ୍ଭ ହୋଇଥିବା ଯାତ୍ରା ମହାକୁମ୍ଭ ଏବେ ୬ଟି ମଞ୍ଚରେ ଯାତ୍ରା ମଞ୍ଚସ୍ଥ ହେଉଛି । ତେବେ ସବୁଠି ଗୋଟିଏ ନାଟକ ହିଁ ଦର୍ଶକଙ୍କ ମନ ଜିଣି ପୁନର୍ବାର ସେଇ ଏକା ନାଟକ ମଞ୍ଚସ୍ଥ କରିବା ପାଇଁ ଖୋରାକ ଯୋଗାଇଛି । ସମସ୍ତ ଯାତ୍ରା ପାଟି ନିଜ ନିଜର ଜଲବା ଦେଖାଇଥିବାବେଳେ ଦେଖିବାକୁ ମିଳିଛି ରାଣୀ ପଣ୍ଡାଙ୍କ ଡାନ୍ସ ଦେଖିବା ପାଇଁ କିଛିକାଂଶରେ ଦର୍ଶକ ଦାବି କରିଥିଲେ ।

ରିପୋର୍ଟ : ଆକାଶ ମିଶ୍ର