ଖଡଗପୁର ରେଳ କ୍ଷେତ୍ର ପ୍ରବନ୍ଧକଙ୍କୁ ଭେଟିଲେ ଜଳେଶ୍ୱରର ବୁଦ୍ଧିଜିବୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ପୂର୍ବରୁ ଅଟକୁଥିବା ଡାଉନ୍ ଉତ୍କଳ ଏକ୍ସପ୍ରେସ୍ ଏବେ ଅଟକୁ ନଥିବା, ଖଡଗପୁର-ଭଦ୍ରକ ଡିଏମ୍‌ୟୁ ଚଳାଚଳ କରିବା, ଜଳେଶ୍ୱର ଷ୍ଟେସନର ଉନ୍ନତିକରଣ ଏବଂ ୩ୟ ଲାଇନ୍ ନିର୍ମାଣ ବେଳେ ଷ୍ଟେସନର ମୁଖ୍ୟ କାର୍ଯ୍ୟାଳୟ ପୂର୍ବପଟକୁ ନୂତନ ଭାବେ ନିର୍ମାଣ କରିବା ଇତ୍ୟାଦି ସଂପର୍କରେ ଆଜି ଗୁରୁବାର ଜଳେଶ୍ୱରର କେତେକ ବୁଦ୍ଧିଜିବୀ ଖଡଗପୁରସ୍ଥିତ ଡିଆର୍‌ଏମ୍‌ଙ୍କୁ ଭେଟି ଆଲୋଚନରେ ସଫଳତା ପାଇଥିବା ଜଣାଯାଇଛି । ଖଡଗପୁର ଡିଭିଜନ୍‌ରେ ଓଡିଶାରୁ ଲକ୍ଷ୍ମଣନାଥ-ଭଦ୍ରକ ଓ ଅନ୍ୟକେତେକ ରେଳ ରୁଟ ରହିଥିବାରୁ ସେଗୁଡିକର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉନଥିବାରୁ ଏ ସବୁ ରେଳ ଷ୍ଟେସନକୁ ପୂର୍ବତଟ ରେଳ ଡିଭିଜନ୍ ଅନ୍ତର୍ଗତ କରିବାକୁ ଦୀର୍ଘଦିନରୁ ଦାବି ହେଉଛି । ଆଜି ଜଳେଶ୍ୱରରୁ କେତେକ ବ୍ୟକ୍ତି ଡିଆର୍‌ଏଏମ୍ ମନୋରଂଜନ ପ୍ରଧାନଙ୍କୁ ଭେଟି ବାଲେଶ୍ୱରରେ ନୂତନ ରେଳ ଡିଭିଜନ୍ ପ୍ରତିଷ୍ଠା କରିବା, ଜଳେଶ୍ୱର ଷ୍ଟେସନରୁ ବାର୍ଷିକ ୧୨ କୋଟି ଟଙ୍କାରୁ ରାଜସ୍ୱ ମିଳୁଥିବାରୁ ତାର ବିକାଶ ପ୍ରତି ଅଧିକ ଧ୍ୟାନ ଦେବା, ଦ୍ରୁତଗାମୀ ଟ୍ରେନ୍ ଗୁଡିକର ରହଣି କରାଇବା, ଏପରିକି ୩ୟ ରେଳ ଧାରଣା ନିର୍ମାଣ ବେଳେ ଜଳେଶ୍ୱର ଷ୍ଟେସନର ମୁଖ୍ୟ କାର୍ଯ୍ୟାଳୟ ଷ୍ଟେସନର ପୂର୍ବପଟେ ନିର୍ମାଣ କରିବାକୁ ଦାବି କରିି ଏକ ଟିମ୍ ସମାଜକଲ୍ୟାଣ ବିକାଶ ପରିଷଦ ନେତୃତ୍ୱରେ ଖଡଗପୁୁର ଯାଇ ଡିଆର୍‌ଏମ୍‌ଙ୍କ ସହ ଆଲୋଚନା କରିଛଛନ୍ତି । ଆଲୋଚନାରେ ଡିଆର୍‌ଏଏମ୍ ଶ୍ରୀ ପ୍ରଧାନ ଜଳେଶ୍ୱର ଓ ବାଲେଶ୍ୱରର ବିକାଶ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ପୁରୀରୁ ନୂଆ ଦିଲ୍ଲୀ ଯାଉଥିବା ଉତ୍କଳ ଏକ୍ସପ୍ରେସ୍ ଏବେ ଜଳେଶ୍ୱରଠାରେ ଅଟକୁ ନଥିବାରୁ ଏଥିଲାଗି ସିନିୟର ଡିସିଏଏସ୍ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଖଡଗପୁରରୁ ଭଦ୍ରକ ଡିଏମ୍‌ୟୁ ପୁନଃ ଚଳାଚଳ କରାଇବାକୁ ସେ ସିଦ୍ଧାନ୍ତ ନେଇଥିବା ପ୍ରତିଶୃତି ଦେଇଛନ୍ତି । ନୂତନ ରେଳ ଚଳାଚଳ କରିବା ଓ ରେଳ ପ୍ରକଳ୍ପ ଗୁଡିକର କାର୍ଯ୍ୟଗୁଡିକ ପୁଣି ଆରମ୍ଭ ହେଉଥିବାର ସେ ସୂୂଚନା ଦେଇଛନ୍ତି । ସେହିପରି ଜଳେଶ୍ୱର ଷ୍ଟେସନର ବିକାଶିକରଣ କରୋନାବେଳେ ଧିମେଇଥିବା ବେଳେ ପୁଣି ଆରମ୍ଭ ହେବ ବୋଲି କହିଛନ୍ତି । ଏହି ଆଲୋଚନାରେ ସମାଜକଲ୍ୟାଣ ବିକାଶ ପରିଷଦର ସଂପାଦକ ତଥା ଆଇନ୍‌ଜିବୀ ରାମଚନ୍ଦ୍ର ଜେନା, ବିଜେପି ନେତା ଅରୁଣ ବେଜ୍‌, ବଣିକ ସଂଘ ସଭାପତି ସୁଧିର ମହାନ୍ତି, ପରିଷଦର ବରିଷ୍ଠ ସଦସ୍ୟ ଶରତ ପରିଡା, ଡ. ଅଜିତ୍ ମହାନ୍ତି, ଆଦିତ୍ୟ ନାରାୟଣ ପାତ୍ର, ଦ୍ୱାରକାନାଥ ପଟ୍ଟନାୟକ, ସତ୍ୟନାରାୟଣ ଦାସ, ପ୍ରଦୀପ୍ତ କିଶୋର ଚାନ୍ଦ, ଗୌରଗୋପାଳ ସେନ୍‌, ସୁକୁମାର ରଣା ଓ ଅବନୀ ଚାନ୍ଦ ପ୍ରମୁଖ ଆଲୋଚନାରେ ଭାଗ ନେଇଥିବା ବେଳେ ବରିଷ୍ଠ ରେଳ ଅଧିକାରୀ ଗଦାଧର କରଣ ଓ ସୁଶାନ୍ତ କୁମାର ଦେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ୩ୟ ରେଳ ଲାଇନ୍ ନିର୍ମାଣରେ ଜଳେଶ୍ୱର ବାସୀଙ୍କ ସ୍ୱାର୍ସ୍ଥପ୍ରତି ରେଳବାଇ ଗୁରୁତ୍ୱ ଦେଇଥିବାରୁ ଡିଆର୍‌ଏମ୍ ଶ୍ରୀ ପ୍ରଧାନଙ୍କୁ ଜଳେଶ୍ୱର ବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ରିପୋର୍ଟ : ଭୂପତି ପରିଡା