କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ…

ପଦ୍ମପୁର (ସମୃଦ୍ଧ ଓଡିଶା) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପଡା ଗ୍ରାମରେ କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂଶୁ ସାହୁଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ, ପଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶୈଳେନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ସ୍ଥାନୀୟ ପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତିମା ଗୁରୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ବେତାଳିନା ଦାଶ, ଲିପିକା ପୁରୋହିତ, ସଂଯୁକ୍ତା ସାହୁ ସ୍ୱାଗତ ଓ ବିଦାୟୀ ସଂଗୀତ ପରିବେଷଣ କରିଥିଲେ । ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସମାରୋହକୁ ମୋହନ ରାଉତ, ଅକ୍ଷୟ ସାହୁ, ଟିକଲାଲ ପଧାନ, ପୁଷ୍ପ ପ୍ରଧାନ, ହ୍ରୁଦମଣି ସାହୁ, ଗତିକ୍ରୁଷ୍ନ ପ୍ରଧାନ, ତାପସ ଗଡତୀୟା ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଂଯୁକ୍ତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ନିରୋଜ କୁମାର ପାଣୀ